ଆଜି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି

ପୁରୀ ; ଆଜି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ସମ୍ପନ୍ନ କରାଯିବ। ଶ୍ରୀନଅର ପରମ୍ପରା ଅନୁସାରେ ପୂଜା ସମାପ୍ତ ପରେ ସିଂହାସନ ଆରୋହଣ କରିବା ସହ ବିଧି ମୂତାବକ କାର‌୍ୟ୍ୟ ସମ୍ପାଦନା କରିବେ ଗଜପତି ମହାରାଜା। ଗଜପତିଙ୍କ ପୁଷ୍ୟାଭିଷେକ ନୀତି ପାଇଁ ଶ୍ରୀନହରରେ ବିଶେଷ ନୀତି କରାଯିବ । କୁହାଯାଏ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅଯୋଧ୍ୟାରେ ରାଜଗାଦି ଆରୋହଣ କରିଥିଲେ । ସେହି ପରମ୍ପରା ଅନୁସାରେ, ପ୍ରଥମେ ଗଜପତି ମହାରାଜଙ୍କ ରାଜାଭିଷେକ କରାଯାଇଥାଏ […]

Samaya Live Picture
Published On

ପୁରୀ ; ଆଜି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ସମ୍ପନ୍ନ କରାଯିବ। ଶ୍ରୀନଅର ପରମ୍ପରା ଅନୁସାରେ ପୂଜା ସମାପ୍ତ ପରେ ସିଂହାସନ ଆରୋହଣ କରିବା ସହ ବିଧି ମୂତାବକ କାର‌୍ୟ୍ୟ ସମ୍ପାଦନା କରିବେ ଗଜପତି ମହାରାଜା। ଗଜପତିଙ୍କ ପୁଷ୍ୟାଭିଷେକ ନୀତି ପାଇଁ ଶ୍ରୀନହରରେ ବିଶେଷ ନୀତି କରାଯିବ ।

କୁହାଯାଏ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅଯୋଧ୍ୟାରେ ରାଜଗାଦି ଆରୋହଣ କରିଥିଲେ । ସେହି ପରମ୍ପରା ଅନୁସାରେ, ପ୍ରଥମେ ଗଜପତି ମହାରାଜଙ୍କ ରାଜାଭିଷେକ କରାଯାଇଥାଏ । ଏହି ନୀତି ବେଳେ ରାଜପୁରୋହିତ ଦେଉଳକରଣ ଏବଂ ବେହେରାକରଣ ପ୍ରମୁଖ ଉପସ୍ଥିତ ରହିବେ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୌଷପୁର୍ଣ୍ଣିମା ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ଶ୍ରୀନହରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ପୁରୀ ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ । ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନହରରେ ପାରମ୍ପରିକ ଗଜପତି ପୋଷାକରେ ସିଂହାସନରେ ବସିବା ପରେ ମନ୍ତ୍ର ସ୍ନାନ, ଅଭିସିକ୍ତ ଜଳଛିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ ହୋଇଥାଏ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜ୍ୟାଭିଷେକ ପୂର୍ବରୁ, ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳାଶୀ ପୂଜା ଏବଂ ରାମାଭିଷେକ ପତି ପୂଜା କରାଯିବ। ରାଜଗୁରୁ, ଦେବୀପ୍ରସାଦ ରାଜଗୁରୁ, ସୁଧାଂସୁ ରାଜଗୁରୁ ପୂଜା କରିବେ। ଏହା ପରେ ରାଜାଙ୍କ ପଇତା ଲାଗି (ପବିତ୍ର ସୂତା ଉତ୍ସବ) କରାଯିବ। ତା’ପରେ ମହାପ୍ରସାଦ ପ୍ରଦାନ କରାଯିବ। ଏହି ପୂଜାର୍ଚ୍ଚନା ପରେ, ରାଜା ସିଂହାସନ ଆରୋହଣ କରିବେ ଏବଂ ଷୋହଳ ଶାସନ ବ୍ରାହ୍ମଣ ଏବଂ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଏବଂ ପଇତା ଅର୍ପଣ କରିବେ। ପରମ୍ପରା ଅନୁଯାୟୀ, ଶ୍ରୀନଅରରେ କାହିଁ କେଉଁ ଅମଳରୁ ପାଳିତ ହୋଇଆସୁଛି ଏହି ରାଜାଭିଷେକ ନୀତି ।

ସେହିପରି ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ସେଥିପାଇଁ ୫ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀ ଜୀଉଙ୍କ ଦର୍ଶନ । ଶ୍ରୀମନ୍ଦିରରେ ଦ୍ବିତୀୟ ଭୋଗ ମଣ୍ଡପ ପରେ ଦତ୍ତମହାପାତ୍ର ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ। ପ୍ରାକୃତିକ ରଙ୍ଗରେ ଶ୍ରୀଜିଉ ମାନଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଅର୍ଥାତ୍‌ ପ୍ରାୟ ପାଞ୍ଚ ଘଣ୍ଟା ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଓ ଶ୍ରଦ୍ଧାଳୁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Tags: