ଆଜି ନବୀନଙ୍କ ୭୯ ତମ ଶୁଭ ଜନ୍ମଦିବସ
ଭୁବନେଶ୍ୱର : ୭୯ ତମ ବର୍ଷରେ ପାଦ ଥାପିଲେ ନବୀନ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ସଂକଳ୍ପ ଦିବସ ଭାବରେ ପାଳନ କରିଛି ବିଜୁ ଜନତା ଦଳ । ଜନ୍ମଦିନ ଅବସରରେ ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରୁଛି । ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ କରି ସାଢେ ଚାରିକୋଟି […]
ଭୁବନେଶ୍ୱର : ୭୯ ତମ ବର୍ଷରେ ପାଦ ଥାପିଲେ ନବୀନ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ସଂକଳ୍ପ ଦିବସ ଭାବରେ ପାଳନ କରିଛି ବିଜୁ ଜନତା ଦଳ । ଜନ୍ମଦିନ ଅବସରରେ ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରୁଛି । ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ କରି ସାଢେ ଚାରିକୋଟି ଓଡ଼ିଆଙ୍କ ପରିବାରର ମୁଖିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।
୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିଲେ ନବୀନ । ପିତା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ ସାନପୁଅ ଥିଲେ ନବୀନ ପଟ୍ଟନାୟକ । ନବୀନଙ୍କ ଶିକ୍ଷାରମ୍ଭ ପ୍ରଥମେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ହୋଇଥିଲା । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରି ବିଦେଶ ଯାଇଥିଲେ ନବୀନ । ପିତା ଓଡିଶାର ବରିଷ୍ଠ ରାଜନେତା ଥିଲେ ମଧ୍ୟ ରାଜନୀତିଠାରୁ କୋଷ ଦୂରରେ ବିଦେଶରେ ରହୁଥିଲେ ନବୀନ ପଟ୍ଟନାୟକ । ତେବେ ଜୀବନର ୫୦ ବର୍ଷରୁ ଊଦ୍ଧ୍ୱର୍ କାଳ ରାଜନୀତିରୁ ଦୂରେଇ ରହିଥିବା ନବୀନ ଆକସ୍ମିକ ଭାବେ ପିତା ବିଜୁ ବାବୁଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ । ବିଜୁଙ୍କ ପରଲୋକ ପରେ ୧୯୯୭ରେ ନବୀନ ଗଢ଼ିଥିଲେ ବିଜୁ ଜନତା ଦଳ । ସାଂସଦ, କେନ୍ଦ୍ରମନ୍ତ୍ରୀ ରହିବା ପରେ ଲଗାତାର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ । ୨୪ ବର୍ଷ କାଳ ଶାସନ କ୍ଷମତାରେ ରହିବା ପରେ ଏବେ ସେ ବିରୋଧୀ ଦଳ ନେତା ।
୭୯ ବର୍ଷରେ ପାଦ ଥାପିଥିବା ନବୀନଙ୍କ ଜନ୍ମଦିନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ଏକ୍ସରେ ଏକ ପୋଷ୍ଟ ଶେୟାର କରି ସେ କହିଛନ୍ତି,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନା କରୁଛି। ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍ର ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି, ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ।
https://x.com/MohanMOdisha/status/1846419803055210585?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1846419803055210585%7Ctwgr%5Ef5ee9aad612933a0699d03445181fb97457a8cc7%7Ctwcon%5Es1_c10&ref_url=https%3A%2F%2Fwww.dharitri.com%2Fchief-minister-mohan-majhi-said-this-while-wishing-naveen-on-his-birthday%2F
https://x.com/Naveen_Odisha/status/1846429401170563463?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1846429401170563463%7Ctwgr%5Ef5ee9aad612933a0699d03445181fb97457a8cc7%7Ctwcon%5Es1_c10&ref_url=https%3A%2F%2Fwww.dharitri.com%2Fchief-minister-mohan-majhi-said-this-while-wishing-naveen-on-his-birthday%2F
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁଙ୍କ ପାଖରେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ଧର୍ମେନ୍ଦ୍ର।
https://x.com/suramapadhybjp/status/1846412791797649909?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1846412791797649909%7Ctwgr%5E67254e0785b7e1701d3d1351e60bc979912a0198%7Ctwcon%5Es1_c10&ref_url=https%3A%2F%2Fsamajalive.in%2Fbjd-supremo-naveen-pattnaik-turns-79-years-today%2F606089.html
ବିଧାନସଭାର ବାଚସ୍ପତି ସୁରମା ପାଢୀ ଏବଂ ସାଉଥ ସୁପର ଷ୍ଟାର କମଲ ହାସନ ମଧ୍ୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଏକ୍ସରେ ପୋଷ୍ଟ କରିଛନ୍ତି।




