ଆଜି ବଳିଦାନର ପର୍ବ ମହରମ, ଭଦ୍ରକ ଜିଲ୍ଲା ଚଳଚଞ୍ଚଳ

ଭଦ୍ରକ : ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ମହରମ୍‌। ଏହି ଦିନ ମୁସଲମାନଭାଇ ଭଉଣୀମାନେ ହଜରତ ଇମାମ ହୁସେନ୍‌ଙ୍କୁ ସ୍ମରଣ କରି ଶୋକ ଉତ୍ସବ ପାଳନ କରନ୍ତି। ଏହା ସହିତ, ଅସୁରା ଦିନ, ଶିଆ ସମ୍ପ୍ରଦାୟ ମୁସଲମାନ ମାନେ ସୁସଜ୍ଜିତ ତାଜିଆ ବାହାର କରି କରବାଲାରେ ପହଞ୍ଚି ଏହାକୁ ସମାଧି ଦେଇଥାନ୍ତି I ମାନ୍ୟତା ରହିଛି କି ୬୮୦ ଖ୍ରୀଷ୍ଟାବ୍ଦରେ ମୁସଲମାନ ସମ୍ପ୍ରଦାୟର ପ୍ରତିଷ୍ଠାତା ହଜରତ ମହମ୍ମଦ ଙ୍କ ନାତି ଇମାମ ହୁସେନ ଏକ ଧର୍ମ ଯୁଦ୍ଧରେ […]

Samaya Live Picture
Published On

ଭଦ୍ରକ : ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ମହରମ୍‌। ଏହି ଦିନ ମୁସଲମାନଭାଇ ଭଉଣୀମାନେ ହଜରତ ଇମାମ ହୁସେନ୍‌ଙ୍କୁ ସ୍ମରଣ କରି ଶୋକ ଉତ୍ସବ ପାଳନ କରନ୍ତି। ଏହା ସହିତ, ଅସୁରା ଦିନ, ଶିଆ ସମ୍ପ୍ରଦାୟ ମୁସଲମାନ ମାନେ ସୁସଜ୍ଜିତ ତାଜିଆ ବାହାର କରି କରବାଲାରେ ପହଞ୍ଚି ଏହାକୁ ସମାଧି ଦେଇଥାନ୍ତି I ମାନ୍ୟତା ରହିଛି କି ୬୮୦ ଖ୍ରୀଷ୍ଟାବ୍ଦରେ ମୁସଲମାନ ସମ୍ପ୍ରଦାୟର ପ୍ରତିଷ୍ଠାତା ହଜରତ ମହମ୍ମଦ ଙ୍କ ନାତି ଇମାମ ହୁସେନ ଏକ ଧର୍ମ ଯୁଦ୍ଧରେ ସହିଦ ହୋଇଥିଲେ I ସେହି ଦିନଠାରୁ ମୋହରମ ପର୍ବ ପାଳନ କରିବାର ପରମ୍ପରା ରହିଛି। ଏହା ଛଡା ମୋହରମ ହେଉଛି ଇସଲାମିକ କ୍ୟାଲେଣ୍ଡରର ପ୍ରଥମ ମାସ, ଯାହାର ଅର୍ଥ ହେଉଛି ଇସଲାମର ନୂତନ ବର୍ଷ I ଇସଲାମିକ ନୂଆ ବର୍ଷ ଏହି ମାସରୁ ଆରମ୍ଭ ହେବ I

ଏହି ଅବସରରେ ଭଦ୍ରକ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଚାଲିଛି I ସହରରେ ସମୁଦାୟ ୪୧ଟି କାଫିଲା ବାହାରିବ ଓ ୭ଟି କାଫିଲା ଭଦ୍ରକ କଚେରୀ ବଜାର ଦେଇ ପରିକ୍ରମା କରିବାକୁ ଥିବାବେଳେ ଅନ୍ୟ ୩୫ଟି କାଫିଲା ପୁରୁଣା ବଜାର ଅଞ୍ଚଳ ଦେଇ ପରିକ୍ରମା କରିବା ସହ ମଦିନା ମୈଦାନରେ ପହଞ୍ଚିବ। ସେହିପରି ଧାମନଗର ବ୍ଲକ ଓ ବାସୁଦେବପୁର ବ୍ଲକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଶୃଙ୍ଖଳିତ ଯାତ୍ରା ପାଇଁ ଜିଲ୍ଲାରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପିଙ୍କ ସହ ୧୫ ଜଣ ଇନ୍ସପେକ୍ଟର ୧୧୦ ଜଣ ସବ ଇନ୍ସପେକ୍ଟର ୧୮୦ କନେଷ୍ଟବଳ ସୁରକ୍ଷା ଦାୟିତ୍ୱରେ ରହିବେ । ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଓ ପୋଲିସ ଭେଇକିଲ ମାର୍ଚ୍ଚ କରାଯାଇଛି । ଡ୍ରୋନ କ୍ୟାମେରା ସହ, ସିସିଟିଭି ଜରିଆରେ ନଜର ରଖିବ ପୋଲିସ୍ । ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ଗୁଜବ ସୃଷ୍ଟି ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏସପି ।

Tags: