ଆଜି କାର୍ଗିଲ ବିଜୟ ଦିବସ

ଭୁବନେଶ୍ୱର : ଆଜି ହେଉଛି କାର୍ଗିଲ ଯୁଦ୍ଧର ୨୩ ତମ ବିଜୟ ଦିବସ I ଭାରତୀୟ ସେନା ମାନଙ୍କର ବୀରତ୍ୱକୁ ସମ୍ମାନ ଜଣାଇ ସଲାମ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ବେଆଇନ ଭାବରେ ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । […]

Samaya Live Picture
Published On

ଭୁବନେଶ୍ୱର : ଆଜି ହେଉଛି କାର୍ଗିଲ ଯୁଦ୍ଧର ୨୩ ତମ ବିଜୟ ଦିବସ I ଭାରତୀୟ ସେନା ମାନଙ୍କର ବୀରତ୍ୱକୁ ସମ୍ମାନ ଜଣାଇ ସଲାମ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ବେଆଇନ ଭାବରେ ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ।

ଏହି ଯୁଦ୍ଧ ସମୟରେ ସାହସୀ ଭାରତୀୟ ସୈନିକମାନେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ପରାସ୍ତ କରିଥିଲେ ଯେଉଁମାନେ ବେଆଇନ ଭାବେ କାର୍ଗିଲରେ ଭାରତୀୟ ପୋଷ୍ଟ ଧରିବାକୁ ଉଦ୍ୟମ କରିଥିଲେ । ଏହି ଯୁଦ୍ଧ ୬୦ ଦିନରୁ ଅଧିକ ସମୟ ଧରି ଚାଲିଥିଲା ଏବଂ ପାକିସ୍ତାନ ଦ୍ୱାରା ପରିଚାଳିତ ସମସ୍ତ ଅଞ୍ଚଳକୁ ଭାରତ ନିଜ ଅଧୀନକୁ ଆଣିବା ସହିତ ଶେଷ ହୋଇଥିଲା ।

ମେ’ ୨୬ରେ ଭାରତୀୟ ବାୟୁସେନା ଏହାର ଅପରେସନ୍‌ ‘ସଫେଦ ସାଗର’ ଆରମ୍ଭ କରିଥିଲା। ଏଥିରେ ବାୟୁସେନାର ମିଗ୍‌-୨୧, ମିଗ୍‌-୨୭ ଓ ମିରେଜ୍‌-୨୦୦୦ ବିମାନଗୁଡ଼ିକ ଶତ୍ରୁସେନା ଉପରେ ରକେଟ୍‌ ଓ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଥିଲେ । ଏପରିକି ପାକିସ୍ତାନରେ ପଶି ବୋମା ନିକ୍ଷେପ କରିବାକୁ ମଧ୍ୟ ବାୟୁସେନା ଯୋଜନା କରିଥିଲା । ମାତ୍ର ତତ୍କାଳୀନ ଅଟଳବିହାରୀ ବାଜପେୟୀଙ୍କ ଏନ୍‌ଡିଏ ସରକାର କୌଣସି ପରିସ୍ଥିତିରେ ବି ଭାରତୀୟ ବିମାନଗୁଡ଼ିକ ନିୟନ୍ତ୍ରଣ ରେଖା ନଡେଇଁବା ପାଇଁ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଏ ଵାଇ ଟିପନିସ୍‌ଙ୍କୁ ପରାମର୍ଶ କରିଥିଲେ । ଏଥି ସହିତ ଯୁଦ୍ଧ ବେଳେ ନିୟନ୍ତ୍ରଣ ରେଖା ଡେଇଁବାକୁ ବାୟୁସେନା ଚାହିଥିଲା ବେଳେ ତାହାକୁ ମଧ୍ୟ ସରକାର ପ୍ରତ୍ୟାଖ୍ୟାନ କରିଥିଲେ । ଭାରତୀୟ ନୌସେନା ମଧ୍ୟ ଅପରେସନ ‘ତଲଵାର’ ଆରମ୍ଭ କରିଥିଲା, ଯେଉଁଥିରେ ପାକିସ୍ତାନୀ ବନ୍ଦର ବିଶେଷ କରି କରାଚିକୁ ତୈଳ ଓ ଇନ୍ଧନ ଯୋଗାଣ ବନ୍ଦ କରିଦେଇଥିଲା।

ଏହି ଯୁଦ୍ଧରେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୫୨୭ ସହିଦଙ୍କୁ ସ୍ମରଣ କରିବା ପାଇଁ ମଧ୍ୟ ଏହି ଦିନ ପାଳନ କରାଯାଏ । ୨୪ତମ ବାର୍ଷିକୀ ଅବସରରେ ଲାମୋଚେନ୍‌ ଦ୍ରାସ୍‌ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ କାର୍ଗିଲ୍‌ ଯୁଦ୍ଧର ବିଭିନ୍ନ ଘଟଣାବଳୀକୁ ନେଇ ଏକ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଛି ।

Tags: