ଆଜି ‘ଆର୍ଥ ଆଓ୍ଵାର’: ରାତି ୮.୩୦ରୁ ୯.୩୦ଯାଏଁ ଲାଇଟ୍‌ ବନ୍ଦ ରଖନ୍ତୁ

ଆଜି ‘ଆର୍ଥ ଆଓ୍ଵାର’ I ସାରା ବିଶ୍ୱରେ ସ୍ଵଇଛାରେ ଘଣ୍ଟାଏ ପାଇଁ ବନ୍ଦ ରହିବ ଲାଇଟ୍ । ପୃଥିବୀର ସୁରକ୍ଷା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏକ ଘଣ୍ଟା ପାଇଁ ସ୍ୱଇଚ୍ଛାରେ ଲାଇଟ ସୁଇଚ୍ ଅଫ୍ କରନ୍ତି I ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ସମସ୍ତ ଲାଇଟ୍ ବନ୍ଦ ରଖିବା ଲାଗି ଆହ୍ୱାନ ଦିଆଯାଇଛି । ଏହି ‘ଆର୍ଥ ଆୱାର’ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନଟିରେ ପାଳନ କରାଯାଇଥାଏ I […]

Samaya Live Picture
Published On

ଆଜି ‘ଆର୍ଥ ଆଓ୍ଵାର’ I ସାରା ବିଶ୍ୱରେ ସ୍ଵଇଛାରେ ଘଣ୍ଟାଏ ପାଇଁ ବନ୍ଦ ରହିବ ଲାଇଟ୍ । ପୃଥିବୀର ସୁରକ୍ଷା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏକ ଘଣ୍ଟା ପାଇଁ ସ୍ୱଇଚ୍ଛାରେ ଲାଇଟ ସୁଇଚ୍ ଅଫ୍ କରନ୍ତି I ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ସମସ୍ତ ଲାଇଟ୍ ବନ୍ଦ ରଖିବା ଲାଗି ଆହ୍ୱାନ ଦିଆଯାଇଛି । ଏହି ‘ଆର୍ଥ ଆୱାର’ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନଟିରେ ପାଳନ କରାଯାଇଥାଏ I

୨୦୧୦ ମସିହା ପରଠାରୁ ରାଜ୍ୟରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି । ସମସ୍ତ ସରକାରୀ ସଂସ୍ଥା, ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଗଣମାଧ୍ୟମ ସଂସ୍ଥା ଏହି ଆର୍ଥ ଆୱାରକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।ପୃଥିବୀର ସୁରକ୍ଷା ଲାଗି ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ଏବଂ ପାଣିପାଗ ପରିବର୍ତ୍ତନର ସମାଧାନ ଲକ୍ଷ୍ୟରେ ଆର୍ଥ ଆୱାର ପାଳନ କରାଯାଇଥାଏ । ‘ଆର୍ଥ ଆଓ୍ଵାର’ର ବିଷୟରେ ଜଣ ସାଧାରଣଙ୍କୁ ସଚେତନ କରିବା ପାଇଁ WWFର ଭାରତ ଆମ୍ବାସଡର ତଥା ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି । ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏ ଲାଇଟ୍‌ ବନ୍ଦ ରଖିବାକୁ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି । ବାଲୁକାକଳାରେ ଲାଇଟ୍‌ ବଲ୍‌ବ ଗୁଡିକୁ ସଜାଯାଇଛି। ଘଣ୍ଟାଲ ଲାଇଟ୍‌ ଅଫ୍‌ରୁ ଯେତେ ପରିମାଣର ବିଦ୍ରତ ସଞ୍ଚୟ ହେବ ତାହା ସମଗ୍ର ବିଶ୍ୱର ଭବିଷ୍ୟତ ଆଲୋକିତ କରିବାରେ ସହାୟକ ହେବ।

Tags: