ଆଜି ବଡ଼ ଦିନ ,ମଧ୍ୟ ରାତ୍ରରେ ଧରାବତରଣ କଲେ ପ୍ରଭୁ ଯୀଶୁ
ଭୁବନେଶ୍ୱର : ଆଜି ବଡ଼ ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଆଜି ଉତ୍ସବର ଦିନ । ୨୪ ତାରିଖ ମଧ୍ୟରାତ୍ରରେ ଧରାବତରଣ କଲେ ପ୍ରଭୁ ଯୀଶୁ । ବଡ଼ଦିନ ପାଇଁ ସବୁଠି ଉତ୍ସାହର ମାହୋଲ। ଏଥିପାଇଁ ରାଜ୍ୟର ଅଧିକାଂଶ ଚର୍ଚ୍ଚରେ ସାମୁହିକ ପ୍ରାର୍ଥନା ଚାଲିଛି । ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଦେଖାଗଲାଣି ପ୍ରବଳ ଉତ୍ସାହ ଉଦ୍ଦୀପନା। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ଦିନ ପାଳନ କରିବାକୁ ଲାଗିପଡ଼ିଛନ୍ତି। ସାମୂହିକ ପ୍ରାର୍ଥନା ସହିତ ବାଇବେଲ ପାଠ ହୋଇଛି। ଚର୍ଚ୍ଚକୁ […]
ଭୁବନେଶ୍ୱର : ଆଜି ବଡ଼ ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଆଜି ଉତ୍ସବର ଦିନ । ୨୪ ତାରିଖ ମଧ୍ୟରାତ୍ରରେ ଧରାବତରଣ କଲେ ପ୍ରଭୁ ଯୀଶୁ । ବଡ଼ଦିନ ପାଇଁ ସବୁଠି ଉତ୍ସାହର ମାହୋଲ। ଏଥିପାଇଁ ରାଜ୍ୟର ଅଧିକାଂଶ ଚର୍ଚ୍ଚରେ ସାମୁହିକ ପ୍ରାର୍ଥନା ଚାଲିଛି । ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଦେଖାଗଲାଣି ପ୍ରବଳ ଉତ୍ସାହ ଉଦ୍ଦୀପନା। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ଦିନ ପାଳନ କରିବାକୁ ଲାଗିପଡ଼ିଛନ୍ତି।
ସାମୂହିକ ପ୍ରାର୍ଥନା ସହିତ ବାଇବେଲ ପାଠ ହୋଇଛି। ଚର୍ଚ୍ଚକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଛି ଦିବସ। ବଡ଼ଦିନ ଲାଗି ପୁରପଲ୍ଲୀ, ସହର ସବୁଠି ଉତ୍ସାହ। ମେରି କ୍ରିସ୍ମାସ୍ କହି ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜକମରେ ପାଳନ କରାଯାଉଥିଲାବେଳେ ଆଜିକାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ତେବେ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଟିକେ ଫିକା ପଡ଼ିଯାଇଛି ସେଲିବ୍ରେସନ୍।
ସେହିଭଳି ଦେଶରେ ବିଭିନ୍ନ ଜାଗାରେ ଧୁମଧାମରେ ବଡ଼ ଦିନ ପାଳନ କରାଯାଉଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ବିଭିନ୍ନ ସହରରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି ।
ଆଜିକୁ ଅନେକ ବର୍ଷ ପୂର୍ବେ ଈଶ୍ବର ସନ୍ତାନ ଯୀଶୁଖ୍ରୀଷ୍ଟ ଏଇ ଦିନରେ ଜନ୍ମ ଗ୍ରହଣ କରିଥିଲେ ଜେରୁଜେଲମର ଏକ ଗାଆଁ ବେଥେଲହାମର ଏକ ଅଶ୍ୱଶାଳାରେ ମା’ ମେରି ଏବଂ ବାପା ଯୋଶେଫଙ୍କ କୋଳରେ । ସେ ସାରା ଜଗତରୁ ଦୁଃଖ ହରଣ କରି ସୁଖ ଦେବା ପାଇଁ ନିଜ ଜୀବକୁ ଉତ୍ସର୍ଗ କରିଥିଲେ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ତାଙ୍କୁ ଈଶ୍ବରଙ୍କ ପୁତ୍ର ବା ଈଶ୍ବରଙ୍କ ଦୂତ ଭାବରେ ମାନୁଥିଲେ ।
ସାଧାରଣ ମଣିଷକୁ ସୁଖ ଟିକିଏ ଦେବା ଲାଗି ପ୍ରୟାସ କରି ସେ ସମୟର ସାମାଜିକ ଅବସ୍ଥା ଅନୁସାରେ ତାଙ୍କୁ ସମାଜରେ ଅନେକ କଷ୍ଟ ଭୋଗିବାକୁ ପଡିଥିଲା । ସମାଜର କଠୋରପନ୍ଥୀମାନେ ତାଙ୍କୁ କଷ୍ଟଦାୟକ ମୃତ୍ୟୁଦଣ୍ଡ ଦେବା ପରେ ବହୁତ ବିଳମ୍ବରେ ଲୋକେ ତାଙ୍କର ମହତ୍ତ୍ଵ ବୁଝିଲେ। ସେଥିପାଇଁ ତାଙ୍କ ମୃତ୍ୟୁର ଅନେକ ଦିନ ପରେ ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ୍ ତାଙ୍କର ଜନ୍ମ ଦିନକୁ ଆନନ୍ଦର ଦିନ “ଖ୍ରୀଷ୍ଟ ମାସ୍ ଡେ” ବା “ ବଡ଼ଦିନ” ଭାବରେ ପାଳନ କରିବାକୁ ସ୍ଥିର କରିଥିଲା ।




