ଆଜି ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜୟନ୍ତୀ,ଦେଶ ପାଳନ କରିବ ଜନଜାତୀୟ ଗୌରବ ଦିବସ

ଭୁବନେଶ୍ୱର : ଆଜି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ । ଦେଶରେ ପାଳିତ ହେଉଛି ଜନଜାତୀୟ ଗୌରବ ଦିବସ । ଏହି ଅବସରରେ ଆଜି ନୂଆଦିଲ୍ଲୀ ଠାରେ ଧରତୀ ଆବା ବିର୍ସା ମୁଣ୍ଡାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି I ଏହି ପ୍ରତିମୂର୍ତ୍ତି ନୂଆଦିଲ୍ଲୀର ସରେଇକାଲା ବାନସେରା ପାର୍କରେ ସ୍ଥାପିତ ହୋଇଛି । ଏହି ମୂର୍ତ୍ତିର ଉଚ୍ଚତା ୨୦ ଫୁଟ ଓ ଏହାର ଓଜନ ୩୦୦୦ କିଲୋ । ଆଗାମୀ ଦିନରେ ଏହି ଆଦିବାସୀ ବୀରଙ୍କ […]

Samaya Live Picture
Published On

ଭୁବନେଶ୍ୱର : ଆଜି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ । ଦେଶରେ ପାଳିତ ହେଉଛି ଜନଜାତୀୟ ଗୌରବ ଦିବସ । ଏହି ଅବସରରେ ଆଜି ନୂଆଦିଲ୍ଲୀ ଠାରେ ଧରତୀ ଆବା ବିର୍ସା ମୁଣ୍ଡାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି I ଏହି ପ୍ରତିମୂର୍ତ୍ତି ନୂଆଦିଲ୍ଲୀର ସରେଇକାଲା ବାନସେରା ପାର୍କରେ ସ୍ଥାପିତ ହୋଇଛି । ଏହି ମୂର୍ତ୍ତିର ଉଚ୍ଚତା ୨୦ ଫୁଟ ଓ ଏହାର ଓଜନ ୩୦୦୦ କିଲୋ । ଆଗାମୀ ଦିନରେ ଏହି ଆଦିବାସୀ ବୀରଙ୍କ ଜୟନ୍ତୀକୁ ଦେଶବ୍ୟାପୀ ପ୍ରଚାର ପ୍ରସାର ପାଇଁ ଯୋଜନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଦେଶରେ ପ୍ରାୟ ୬ ହଜାର ୬ଶହ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ବିପ୍ଲବୀ ସହିଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ପୂଣ୍ୟ ଜୟନ୍ତୀ ପାଇଁ ଭୁବନେଶ୍ୱର ଜନତା ମୈଦାନରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଉଛି । ଭି.ସି.ମାଧ୍ୟମରେ ଯୋଡି ହେବେ ପ୍ରଧାନମନ୍ତ୍ରୀ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବେ। ୨୦୨୫ ମସିହାକୁ ଜନଜାତି ଗୌରବ ବର୍ଷ ରୂପେ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହିକ୍ରମରେ ନଭେମ୍ବର ୧୫ ତାରିଖରେ ଓଡ଼ିଶାର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକରେ ଥିବା ୨୪୦୮ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୬୬୭ଟି ଆଦିବାସୀ ବହୁଳ ରାଜସ୍ୱ ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ଆୟୋଜନ କରାଯିବ । ଏହାସହିତ ଜଙ୍ଗଲ ଅଧିକାର ଆଇନ ୱେବ୍‌ ପୋର୍ଟାଲର ଶୁଭାରମ୍ଭ କରାଯାଇ ପଟ୍ଟା ଆବଣ୍ଟନ କରାଯିବ । ଏହାସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ଏହି କାର୍ଯ୍ୟକ୍ରମରେ ଜନତା ମଇଦାନରେ ପ୍ରାୟ ହଜାର ହଜାର ଲୋକ ସାମିଲ ହେବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଏହି ଭବ୍ୟ ସମାରୋହର ଆୟୋଜନ ହେଉଛି । ଏହି ଅବସରରେ ପ୍ରାୟ ୧୦ ହଜାର ଜନତା ସାମିଲ ହେବେ । ଦୁଇଟି ଷ୍ଟେଜ ସହ ଲୋକଙ୍କ ବସିବା ପାଇଁ ସୁବିଧା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଯାଇଛି । ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Tags: