ଆଜି ବଡ଼ ଠାକୁରଙ୍କ ହରିହର ବେଶ,ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ
ପୁରୀ : ଚାଲିଛି ଧର୍ମ ମାସ କାର୍ତିକ I ଆସନ୍ତା କାଲି ଅଁଳା ନବମୀରେ ଓଡ଼ିଆଣୀ ବେଶରେ ସଜେଇ ହୋଇ ପାଦ ଦର୍ଶନ ଦେବେ ରାଧାରାଣୀ I ଆଜି ହେଉଛି ଗୋଷ୍ଠାଷ୍ଟମୀ I ଶ୍ରୀ ମନ୍ଦିରରେ ବଡ଼ ଠାକୁରଙ୍କ ହରିହର ବେଶ I ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ, ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ […]
ପୁରୀ : ଚାଲିଛି ଧର୍ମ ମାସ କାର୍ତିକ I ଆସନ୍ତା କାଲି ଅଁଳା ନବମୀରେ ଓଡ଼ିଆଣୀ ବେଶରେ ସଜେଇ ହୋଇ ପାଦ ଦର୍ଶନ ଦେବେ ରାଧାରାଣୀ I ଆଜି ହେଉଛି ଗୋଷ୍ଠାଷ୍ଟମୀ I ଶ୍ରୀ ମନ୍ଦିରରେ ବଡ଼ ଠାକୁରଙ୍କ ହରିହର ବେଶ I ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ, ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ।
ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ରତ୍ନସିଂହାସନରେ ଅଧିଷ୍ଠିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି । ତେଣୁ ଆଜି ହରିହର ବେଶ ଥିବାରୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ହେଉଛି ଅସମ୍ଭାଳ ଭିଡ଼ I ଲୋକେ ସିଂହଦ୍ୱାର ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଭିତରକୁ ପ୍ରବେଶ ପାଇଁ ଲାଇନରେ ଠିଆ ହେଇଛନ୍ତି । ବ୍ୟାରିକେଟ୍ ବାହାରେ ବଡ଼ଦାଣ୍ଡରେ ଲମ୍ବା ଲାଇନ ଲାଗିଛି । ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲାଗିଛି ଲମ୍ବା ଲାଇନ୍ । ଶୃଂଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ ।




