ଆଜି ମହାପ୍ରଭୁଙ୍କର ଭଉଁରୀ ଯାତ୍ରା
ପୁରୀ : ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ୨୧ ଦିନ ବ୍ୟାପୀ ଚାଲିଥିବା ବାହାର ଚନ୍ଦନ ଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ।ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକଅଖ ଡେରା ନୀତି ସମ୍ପର୍ଣ୍ନ ହେବ । ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହେବ ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେବ ଚକ-ଅଖ । ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ […]
ପୁରୀ : ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ୨୧ ଦିନ ବ୍ୟାପୀ ଚାଲିଥିବା ବାହାର ଚନ୍ଦନ ଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ।ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକଅଖ ଡେରା ନୀତି ସମ୍ପର୍ଣ୍ନ ହେବ । ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହେବ ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେବ ଚକ-ଅଖ । ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ନାହାକ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ । ଯାହାକୁ ଚକଅଖ ଡେରା ନୀତି କୁହାଯାଏ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଆଜି ସକାଳେ ତିନିବାଡର ପୂଜାପଣ୍ଡା ସକାଳଧୁପ ପରେ ୩ଟି ଆଜ୍ଞାମାଳ ଆଣି ୩ ରଥର ଚକ ଅଖ ନିକଟରେ ଲାଗି କରିବେ ଓ ଭୋଇ ସେବକ ମାନଙ୍କ ଦ୍ବାରା ପ୍ରଥମ ହରିବୋଲ ପଡିବ । ବିଧି ଓ ପରମ୍ପରା ଅନୁଯାୟୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଆଜି ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରାତଃ ୩ଟାରେ ସିଂହଦ୍ଵାର ଫିଟାଯାଇ ମଙ୍ଗଳଆଳତୀ,ମଇଲମ,ଅବକାଶ ଇତ୍ୟାଦି ନୀତି ବଢିବା ପରେ ୭.୩୦ରୁ ୯ଟା ମଧ୍ୟରେ ସକାଳଧୂପ ଶେଷ ହୋଇ୯.୩୦ରେ ରଥଖଳା ନିକଟକୁ ଆଜ୍ଞାମାଳ ବିଜେ ହେବ ।
ସେପଟେ ପବିତ୍ର ଭଉଁରୀ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତବର୍ଷ ଭଉଁରୀ ଯାତ୍ରାରେ ମହାପ୍ରଭୁଙ୍କ ଜଳକ୍ରୀଡା ସମୟରେ ବାଣ ଵିଷ୍ପୋରଣରେ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଜୀବନ ଯାଇଥିବା ବେଳେ ଚଳିତବର୍ଷ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି । ଭଉଁରୀ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶ୍ରୀମନ୍ଦିର, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯିବ ।
ଏଥିସହ ଅଗ୍ନିଶମ ବାହିନୀ ଓ ଲାଇଫଗାର୍ଡକୁ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟପକ ମାତ୍ରାରେ ମୁତୟନ କରାଯିବାର ବ୍ୟବସ୍ତା କରାଯାଇଛି । ତେବେ ପ୍ରତ୍ୟକଟି ସୁରକ୍ଷା ବ୍ୟବସ୍ଥାର ଟିଖନିଖ୍ ଅନୁଧ୍ୟାନ କରିଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ ।




