ଆଜି ୧୨ ଘଣ୍ଟିଆ ବନ୍ଦ କଣ୍ଟାବାଞ୍ଜି , ଜିଲ୍ଲା ମାନ୍ୟତା ଦାବିରେ ବିକ୍ଷୋଭ
କଣ୍ଟାବାଞ୍ଜି : ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ କଣ୍ଟାବାଞ୍ଜି I ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି I ସୂଚନାନୁସାରେ , କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ସଂଘର୍ଷ ସମିତି I ଆଜିର ଏହି ବନ୍ଦରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ଗାଡି ମଟର ଚଳାଚଳ […]
କଣ୍ଟାବାଞ୍ଜି : ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ କଣ୍ଟାବାଞ୍ଜି I ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି I
ସୂଚନାନୁସାରେ , କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ସଂଘର୍ଷ ସମିତି I ଆଜିର ଏହି ବନ୍ଦରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି I ଜରୁରୀ କାଳୀନ ସେବାକୁ ଏବଂ ପରୀକ୍ଷା ଚାଲୁଥିବା ସ୍କୁଲ କୁ ବନ୍ଦରୁ ବାଦ ଦିଆଯାଇଛି I ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତା ମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦଶନ କରୁଛନ୍ତି I ଆଜିର ଏହି ବନ୍ଦରେ ସହରର ୩୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି I ତେବେ ଏହି ବନ୍ଦ ଡାକରା ଦେବା ସହ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ମିଳୁ ବୋଲି ଦାବି ରଖିବା ସହ ଜିଲ୍ଲା ନାହିଁ ତ ଭୋଟ ନାହିଁ ର ମଧ୍ୟ ନାରା ଦେଇଛନ୍ତି I




