ଗ୍ରୀଷ୍ମ ମୁକାବିଲା ପାଇଁ ଜାରି ହେଲା ନିର୍ଦ୍ଦେଶନାମା
ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରାଞ୍ଚଳ ମାନଙ୍କରେ ଯେପରି ପାନୀୟ ଜଳର ଯେପରି ଅଭାବ ଦେଖା ନଦିଏ, ଅଚଳାବସ୍ଥାରେ ଥିବା ନଳକୂପ ଗୁଡିକୁ ସଚଳ କରିବା ଓ ୨୪ ଘଣ୍ଟିଆ ନିୟନ୍ତ୍ରଣକକ୍ଷ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ଅଭିଯୋଗ ତୁରନ୍ତ ସମାଧାନ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର । ଏଥିସହ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ବିଭାଗ ତରଫରୁ ଜାରି କରାଯାଇଥିବା […]
ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରାଞ୍ଚଳ ମାନଙ୍କରେ ଯେପରି ପାନୀୟ ଜଳର ଯେପରି ଅଭାବ ଦେଖା ନଦିଏ, ଅଚଳାବସ୍ଥାରେ ଥିବା ନଳକୂପ ଗୁଡିକୁ ସଚଳ କରିବା ଓ ୨୪ ଘଣ୍ଟିଆ ନିୟନ୍ତ୍ରଣକକ୍ଷ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ଅଭିଯୋଗ ତୁରନ୍ତ ସମାଧାନ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର । ଏଥିସହ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।
ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଅସାଧାରଣ ବର୍ଷା ଏବଂ ଅନିୟମିତ ଜଳବାୟୁ ଯୋଗୁଁ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏହା ବ୍ୟତୀତ, ବଡ ବଡ କୋଠା ,ପ୍ରଶସ୍ତ ରାସ୍ତା ଏବଂ ସୌରତାପ ଶକ୍ତି ଶୋଷଣ କରୁଥିବା ଭିତ୍ତିଭୂମି ଯୋଗୁଁ ସହରାଞ୍ଚଳବାସୀ ଗ୍ରୀଷ୍ମ ଋତୁରେ ଅଧିକ ତାପମାତ୍ରା ଅନୁଭବ କରୁଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ଏକ ବିସ୍ତୃତ ଏସ ଓ ପି ଜାରି କରି ଏହାକୁ କଡା କଡ଼ି ପାଳନ କରିବା ଏବଂ ସମସ୍ତ ପୌରାଞ୍ଚଳ ଦ୍ୱାରା ଆବଶ୍ୟକ ପଦକ୍ଷେପ ନେବା ନିହାତି ଜରୁ୍ରୀ ।




