ଆଜି ପବିତ୍ର ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ଆଜି ପବିତ୍ର ମାଘ ସପ୍ତମୀ । କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। କରୋନା ପାଇଁ ଦୁଇ ବର୍ଷ ଧରି ବନ୍ଦ ରହିବା ପରେ ଏ ବର୍ଷ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ପ୍ରବଳ ଭିଡ଼ ହୋଇଥିଲା I କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ୱର,ଐଶାନେଶ୍ଵର ,ଦକ୍ଷିଣଶ୍ଵର ପାରମ୍ପାରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୁଜା ମଣ୍ଡପରେ ପହଞ୍ଚିବା ପରେ ଭୋର ୪-୩୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ […]

Samaya Live Picture
Published On

କୋଣାର୍କ : ଆଜି ପବିତ୍ର ମାଘ ସପ୍ତମୀ । କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। କରୋନା ପାଇଁ ଦୁଇ ବର୍ଷ ଧରି ବନ୍ଦ ରହିବା ପରେ ଏ ବର୍ଷ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ପ୍ରବଳ ଭିଡ଼ ହୋଇଥିଲା I କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ୱର,ଐଶାନେଶ୍ଵର ,ଦକ୍ଷିଣଶ୍ଵର ପାରମ୍ପାରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୁଜା ମଣ୍ଡପରେ ପହଞ୍ଚିବା ପରେ ଭୋର ୪-୩୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ କରାଯାଇଛି ।

ଠାକୁର ମାନଙ୍କ ମହାସ୍ନାନ ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଏ ଅବସରରେ ସାଧୁସନ୍ଥଙ୍କ ଦ୍ୱାରା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରୀଣୀରେ ଆଳତୀ କରାଯାଇଥିଲା । ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବାକୁ ହିନ୍ଦୁ ଧର୍ମାବଲମ୍ବୀ ଏହି ପବିତ୍ର ଦିନରେ ବୁଡ ପକାଇ ସୁର୍ଯ୍ୟ ଦର୍ଶନ କରିଥାନ୍ତି ।

ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି ।ଏଥିପାଇଁ ଗତକାଲିଠାରୁ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। I ରାତିରୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ମେଳା ପଡିଆରେ ଅସ୍ଥାୟୀ କୁଡିଆ କରି ରାତ୍ରି ଯାପନ କରିଥିଲେ। ଏଠାରେ ମାଟି ହାଣ୍ଡିରେ ରୋଷେଇ କରି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ । ଆଜି ମଧ୍ୟ ଭୋର ସୟରୁ ଚନ୍ଦ୍ରାଭାଗାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାରୁ ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଭାଗାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ସହିତ ଏନଡିଆରଏଫ୍, ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି।