ଅବାରରେ ପଡିଲା ଛାଡ଼ଖାଇ,ଆମିଷ ବଜାର ମାନ୍ଦା

ଭୁବନେଶ୍ୱର : ସରିଲା ଧର୍ମମାସ କାର୍ତିକ । କାର୍ତିକ ପୂର୍ଣ୍ଣିମାର ପରଦିନକୁ ଛାଡଖାଇ ପାଳନ କରାଯାଇଥାଏ I ମାସେଧିକ କାଳ ମୁହଁରେ ବାଜି ନଥିବା ଆମିଷ ମୁହଁରେ ବାଜିବ । ଛାଡଖାଇ- ଛାଡିଥିବା ଖାଦ୍ୟକୁ ପୁଣି ଖିଆଯିବ । ତେବେ ଚଳିତବର୍ଷ ଗତକାଲି ଅର୍ଥାତ ସୋମବାରରେ ପଡିଥିଲା କାର୍ତିକ ପୁର୍ଣିମା । ଆଜି ହେଉଛି ଛାଡ଼ଖାଇ I କିନ୍ତୁ ଆଜି ବାରଟି ମଙ୍ଗଳବାର ଥିବାରୁ ଅନେକଙ୍କ ଘରେ ଆମିଷ ନିଷେଧ ଥାଏ । ତେଣୁ ଏବର୍ଷ ଛାଡ଼ଖାଇରେ […]

Samaya Live Picture
Published On

ଭୁବନେଶ୍ୱର : ସରିଲା ଧର୍ମମାସ କାର୍ତିକ । କାର୍ତିକ ପୂର୍ଣ୍ଣିମାର ପରଦିନକୁ ଛାଡଖାଇ ପାଳନ କରାଯାଇଥାଏ I ମାସେଧିକ କାଳ ମୁହଁରେ ବାଜି ନଥିବା ଆମିଷ ମୁହଁରେ ବାଜିବ । ଛାଡଖାଇ- ଛାଡିଥିବା ଖାଦ୍ୟକୁ ପୁଣି ଖିଆଯିବ । ତେବେ ଚଳିତବର୍ଷ ଗତକାଲି ଅର୍ଥାତ ସୋମବାରରେ ପଡିଥିଲା କାର୍ତିକ ପୁର୍ଣିମା । ଆଜି ହେଉଛି ଛାଡ଼ଖାଇ I କିନ୍ତୁ ଆଜି ବାରଟି ମଙ୍ଗଳବାର ଥିବାରୁ ଅନେକଙ୍କ ଘରେ ଆମିଷ ନିଷେଧ ଥାଏ । ତେଣୁ ଏବର୍ଷ ଛାଡ଼ଖାଇରେ ଆମିଷ ବଜାର ମାନ୍ଦା ରହିଛି I ତଥାପି କେତେକ ସ୍ଥାନରେ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆମିଷ ଦୋକାନରେ ଲୋକଙ୍କ ଲମ୍ବା ଲାଇନ୍ ରହିଛି। ମାସକ ଯାକ ପାଟିରେ ଟିକେ ଆମିଷ ବାଜି ନଥିବାରୁ ଆଜି ଘରକୁ ଭଳିକି ଭଳି ଆମିଷ ନିଆଯିବାକୁ ଯୋଜନା କରିଛନ୍ତି ଲୋକେ। ମାଛ, ମଟନ୍ ଓ ଚିକେନ୍ କିଣିବାକୁ କିଛି ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି। ଆଜି ରାଜଧାନୀରେ ଆମିଷର ଦର ବି ଟିକେ ଉଚ୍ଚା ରହିଛି। ଯୁନିଟ-୪ ମାର୍କେଟରେ ଆଜି ରୋହି ଓ ଭାକୁର ମାଛ କିଲୋ ପ୍ରତି ୨୦୦ରୁ ୪୦୦ ଟଙ୍କା ରହିଥିବା ବେଳେ ଚିଙ୍ଗୁଡ଼ିର ଦର ୪୦୦ରୁ ୫୦୦ ଟଙ୍କା ରହିଛି। ଜେଲି ଫିଶର ଦର ୫୦୦ ଟଙ୍କା ରହିଛି। ତେଣେ କଙ୍କଡ଼ାର ମୂଲ୍ୟ ୩୦୦ ଟଙ୍କା ରହିଥିବା ଜଣାଯାଇଛି। ଏଣେ ମଟନ କିଲୋ ପ୍ରତି ୭୫୦ ଟଙ୍କା, ବ୍ରଏଲର୍ ଚିକେନ୍ ୨୦୦ ଟଙ୍କା ଦେଶୀ ଚିକେନ୍ ୫୦୦ ଟଙ୍କାରେ ମିଳୁଛି। ଏଣେ ମଟନ କିଲୋ ପ୍ରତି ୭୫୦ ଟଙ୍କା, ବ୍ରଏଲର୍ ଚିକେନ୍ ୨୦୦ ଟଙ୍କା ଦେଶୀ ଚିକେନ୍ ୫୦୦ ଟଙ୍କାରେ ମିଳୁଛି I କିନ୍ତୁ ଆଜି ମଙ୍ଗଳବାରଟି ଥିବାରୁ ଆସନ୍ତାକାଲି ବୁଧବାରରେ ଆମିଷ ବଜାର ବେଶ ଜମିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀମାନେ I

Tags: