ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ
କଟକ : ଆଇନ ଜାଲରେ ଛନ୍ଦି ହେବାକୁ ଯାଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର I ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ପରିବର୍ତ୍ତେ ଧକ୍କା ଦେଇଥିବା ନେଇ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ସୋମାଲିକା I ଏହି ଏତଲା ୨୦୨୨ ମେ ୧୩ ରେ ଦିଆଯାଇଥିଲେ ମଧ୍ୟ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଦର୍ଶାଇ ସୋମାଲିକା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ Iଏତଲାରେ ଗୃହ ସଚିବ, ପୁଲିସ ଡିଜି, ଜଗତସିଂହପୁର ଏସପି, ଜଗତସିଂହପୁର ଥାନା ଆଇଆଇସି […]
କଟକ : ଆଇନ ଜାଲରେ ଛନ୍ଦି ହେବାକୁ ଯାଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର I ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ପରିବର୍ତ୍ତେ ଧକ୍କା ଦେଇଥିବା ନେଇ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ସୋମାଲିକା I ଏହି ଏତଲା ୨୦୨୨ ମେ ୧୩ ରେ ଦିଆଯାଇଥିଲେ ମଧ୍ୟ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଦର୍ଶାଇ ସୋମାଲିକା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ Iଏତଲାରେ ଗୃହ ସଚିବ, ପୁଲିସ ଡିଜି, ଜଗତସିଂହପୁର ଏସପି, ଜଗତସିଂହପୁର ଥାନା ଆଇଆଇସି ଓ ବିଜୟ ଶଙ୍କର ଦାଶଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ହାଇକୋର୍ଟରେ ସୋମାଲିକା କରିଥିବା ଆବେଦନର ଶୁଣାଣି କରି ଏତଲା ପଞ୍ଜିକରଣ ପାଇଁ ଜଗତସିଂହପୁର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଘଟନାନୁସାରେ,ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକା ଦାଶ ଙ୍କର ବହୁ ପୂର୍ବରୁ ପ୍ରେମ ସମ୍ପର୍କ ରହି ଆସିଥିଲା I ତେବେ ପୂର୍ବରୁ ପ୍ରେମିକାଙ୍କୁ ବିବାହ କରିବାକୁ ବିଜୟ ଶଙ୍କର ସମ୍ମତି ଦେଇଥିଲେ ମଧ୍ୟ ବିଧାୟକ ହେବା ପରେ ଏଥିରୁ ଓହରି ଆସିଥିଲେ ଏପରିକି ବିଜୟ ଶଙ୍କର ଓ ସୋମାଲିକା ସବରେଜିଷ୍ଟ୍ରାର ତଥା ବିବାହ ଅଧିକାରୀଙ୍କ ଅଫିସରେ ବିବାହ ପାଇଁ ଆବେଦନ କରିଥିଲେ। ୯୦ ଦିନର ସମୟସୀମା ଅତିବାହିତ ହୋଇଥିଲେ ମଧ୍ୟ ବିବାହ ହୋଇପାରି ନଥିଲା। ଅନ୍ୟପକ୍ଷରେ ବିଜୟ ଶଙ୍କରଙ୍କ ବିରୋଧରେ ସୋମାଲିକା ଥାନାରେ ଅଭିଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦକୁ ନେଇ ଥାନାରେ ମାମଲା ପରେ ମଧ୍ୟ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ହୋଇଥିଲା। ସୋମାଲିକାଙ୍କ ତରଫରୁ ଆଇନଜୀବୀ ବ୍ରହ୍ମାନନ୍ଦ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।




