କାଳ ହେଲା ମୋତିଆବିନ୍ଦୁ ଅପରେସନ,ଦୃଷ୍ଟି ଶକ୍ତି ହରାଇବା ଆଶଙ୍କା
ଅନୁଗୁଳ : ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅପରେସନ I ୧୩ ଜଣ ରୋଗୀଙ୍କ ଆଖିରେ ସଂକ୍ରମଣ I ଅଭିଯୋଗ ପରେ ସମ୍ପୃକ୍ତ ଘରୋଇ କ୍ଲିନିକକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ଅନୁଗୁଳରେ ଥିବା ପ୍ରଧାନ ଚକ୍ଷୁ ଚିକିତ୍ସାଳୟରେ ମୋତିଆ ବିନ୍ଦୁ ଅପରେସନ ହୋଇଥିଲେ ୧୩ଜଣ ବୟସ୍କ ମହିଳା ଓ ପୁରୁଷ । ତେବେ ଆଖିରେ ସଂକ୍ରମଣ ପରେ ସେମାନଙ୍କୁ ବୁର୍ଲା ଭିମସାର ମେଡିକାଲକୁ ପଠାଯାଇଥିଲା I ସେଠାରେ ୭ ଜଣ ସୁସ୍ଥ ଥିବା ଜଣାପଡିଛି I ସୂଚନାନୁସାରେ,ଅନୁଗୁଳ […]
ଅନୁଗୁଳ : ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅପରେସନ I ୧୩ ଜଣ ରୋଗୀଙ୍କ ଆଖିରେ ସଂକ୍ରମଣ I ଅଭିଯୋଗ ପରେ ସମ୍ପୃକ୍ତ ଘରୋଇ କ୍ଲିନିକକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ଅନୁଗୁଳରେ ଥିବା ପ୍ରଧାନ ଚକ୍ଷୁ ଚିକିତ୍ସାଳୟରେ ମୋତିଆ ବିନ୍ଦୁ ଅପରେସନ ହୋଇଥିଲେ ୧୩ଜଣ ବୟସ୍କ ମହିଳା ଓ ପୁରୁଷ । ତେବେ ଆଖିରେ ସଂକ୍ରମଣ ପରେ ସେମାନଙ୍କୁ ବୁର୍ଲା ଭିମସାର ମେଡିକାଲକୁ ପଠାଯାଇଥିଲା I ସେଠାରେ ୭ ଜଣ ସୁସ୍ଥ ଥିବା ଜଣାପଡିଛି I
ସୂଚନାନୁସାରେ,ଅନୁଗୁଳ ବଅଁରପାଳ ଓ ଆଠମଲ୍ଲିକ ଅଂଚଳର ୧୩ ଜଣ ମହିଳା ଓ ପୁରୁଷ ଅନୁଗୁଳରେ ଥିବା ପ୍ରଧାନ ଚକ୍ଷୁ ଚିକିତ୍ସାଳୟରେ ମୋତିଆ ବିନ୍ଦୁ ଅପରେସନ ହୋଇଥିଲେ । ଅପରେସନ୍ ପରେ ରୋଗୀମାନେ ନିଜ ନିଜ ଘରକୁ ଯାଇଥିଲେ । ତେବେ ୨୪ ଘଣ୍ଟା ଭିତରେ ସେମାନଙ୍କ ମୁଣ୍ଡ ବିନ୍ଧିବା ସହିତ ଅପରେସନ ହୋଇଥିବା ଆଖିକୁ ଠିକ ଭାବରେ ଦେଖା ଯାଇ ନଥିଲା I ସବୁ ରୋଗୀଙ୍କ ନିକଟରେ ସମାନ ଲକ୍ଷଣ ଦେଖାଦେବାରୁ ୨୩ ତାରିଖ ଦିନ ସମସ୍ତ ରୋଗୀଙ୍କୁ ବୁର୍ଲା ଭିମସାରରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ କ୍ଲିନିକକୁ ସିଲ କରିଛି । ତଦନ୍ତ ଚାଲିଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଅନୁଗୁଳ ସିଡିଏମଓ ଶିବାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।




