ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ: ଖୁବଶୀଘ୍ର ଫେରାଇ ଅଣାଯିବ ଶିମିଳିପାଳ

ଭୁବନେଶ୍ୱର:ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ। ବହୁ ଚେଷ୍ଟା ପରେ ଶେଷରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ କରାଯାଇଛି।ପଶ୍ଚିମବଙ୍ଗର ବାଙ୍କୁରାରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇଛି। ଟ୍ରାଙ୍କୁଲାଇଜ କରିବା ପରେ ଜିନ୍ନତଙ୍କୁ ଆଗାମୀ ଦିନରେ ଆଲିପୁରକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯିବ। ସେଠାରେ ବାଘୁଣୀ ଜିନତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ତାର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିରୀକ୍ଷଣ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଟିମ ରହିବେ ବୋଲି ବନ ବିଭାଗ କହିଛି।ଏହାପରେ ବାଘୁଣୀ ଜିନ୍ନତକୁ ପୁନଃ ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣାଯିବ। ଏଠି […]

Samaya Live Picture
Published On

ଭୁବନେଶ୍ୱର:ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ଜିନ୍ନତ। ବହୁ ଚେଷ୍ଟା ପରେ ଶେଷରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ କରାଯାଇଛି।ପଶ୍ଚିମବଙ୍ଗର ବାଙ୍କୁରାରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇଛି। ଟ୍ରାଙ୍କୁଲାଇଜ କରିବା ପରେ ଜିନ୍ନତଙ୍କୁ ଆଗାମୀ ଦିନରେ ଆଲିପୁରକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯିବ। ସେଠାରେ ବାଘୁଣୀ ଜିନତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ତାର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିରୀକ୍ଷଣ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଟିମ ରହିବେ ବୋଲି ବନ ବିଭାଗ କହିଛି।ଏହାପରେ ବାଘୁଣୀ ଜିନ୍ନତକୁ ପୁନଃ ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣାଯିବ।

ଏଠି କହି ରଖୁ, ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରର ତବୋଦା ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଥିଲା। ଜିନ୍ନତ ଶିମିଳିପାଳରୁ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ଯାତ୍ରା କରିଥିଲା । ଓଡିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ଜିନ୍ନତକୁ କାବୁ କରିବା ପାଇଁ ଲମ୍ବା ସମୟ ଧରି କସରତ କରି ଆସୁଥିଲେ।

Tags: