ସ୍ପାଇଡର ସତୀକୁ ନେଇ ଜେଲରେ କଡା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଝାରପଡା ଜେଲରେ ରହିଛି ହାଇଟେକ ଚୋର ସତୀଶ ରେଡ୍ଡୀ ଓରଫ ସ୍ପାଇଡର ସତୀ । କଡାକଡି ହେଲା ଝାରପଡା ଜେଲର ସୁରକ୍ଷା ବ୍ୟବସ୍ଥା । ସ୍ପାଇଡର ସତୀ ପାଇଁ ଝାରପଡା ଜେଲର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୨୪ ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସ ରେ ରହିଛି ଜେଲ ପରିସର ଏହାସହ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ । ହାଇ ସିକ୍ୟୁରିଟି ୱାର୍ଡ ଭିତରେ ରହିଛି ସ୍ପାଇଡର ସତୀ । ସତୀର ସମସ୍ତ କାର୍ଯ୍ୟକଳାପ ଉପରେ […]

ସ୍ପାଇଡର ସତୀକୁ ନେଇ ଜେଲରେ କଡା ସୁରକ୍ଷା ବ୍ୟବସ୍ଥା
Samaya Live Picture
Published On

ଭୁବନେଶ୍ୱର : ଝାରପଡା ଜେଲରେ ରହିଛି ହାଇଟେକ ଚୋର ସତୀଶ ରେଡ୍ଡୀ ଓରଫ ସ୍ପାଇଡର ସତୀ । କଡାକଡି ହେଲା ଝାରପଡା ଜେଲର ସୁରକ୍ଷା ବ୍ୟବସ୍ଥା । ସ୍ପାଇଡର ସତୀ ପାଇଁ ଝାରପଡା ଜେଲର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୨୪ ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସ ରେ ରହିଛି ଜେଲ ପରିସର ଏହାସହ ପଇଁତରା ମାରୁଛନ୍ତି ସୁରକ୍ଷାକର୍ମୀ । ହାଇ ସିକ୍ୟୁରିଟି ୱାର୍ଡ ଭିତରେ ରହିଛି ସ୍ପାଇଡର ସତୀ । ସତୀର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି । ଜେଲ କାନ୍ଥ ଡେଇଁ ପଳାଇବାର ଧୁରନ୍ଧର ହେଉଛି ସ୍ପାଇଡର ସତୀ । ପୂର୍ବରୁ ମଧ୍ୟ ତା’ର ଏହିପରି ହିଷ୍ଟ୍ରି ରହିଛି ।

ଝାରପଡା ଜେଲ ଅଧକ୍ଷକ ମନୋରଞ୍ଜନ ପ୍ରତିହାରୀ କହିଛନ୍ତି,ସ୍ପାଇଡରର ସମସ୍ତକାର୍ଯ୍ୟଳପ ଉପରେ ନଜର ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଜେଲରେ ତା’ର କୌଣସି ଆକ୍ଟିଭିଟି ଦେଖିବାକୁ ମିଳିନି । ହାଇ ସିକ୍ୟୁରିଟି ୱାର୍ଡ ଭିତରେ ରହିଛି ସ୍ପାଇଡର୍ । ଲକର୍ ଭିତରେ ସ୍ପାଇଡରକୁ ରଖାଯାଇଛି । ଲକର୍ ଭିତରେ ତାକୁ ଖାଇବାକୁ ଦିଆଯାଉଛି । କିନ୍ତୁ ଅନ୍ୟ ଅପରାଧୀଙ୍କ ଭଳି ତାକୁ ବାହାରକୁ ଛଡାଯାଉନି । କାରଣ ତାର ଇତିହାସ କହୁଛି ସେ ଜଣେ ଧୁରନ୍ଦର ଚୋର । ତେଣୁ ଆଗାମୀ ଦିନରେ ତାର କାର୍ଯ୍ୟକଳାପକୁ ଦେଖି ନିଷ୍ପତ୍ତି ନିଆଯିବ ।

ସୂଚନାନୁସାରେ,ଜାନୁଆରୀ ୨୬ ତାରିଖରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗହଣାଗାଣ୍ଠି ଚୋରି କରି ଫେରାର ହୋଇଯାଇଥିଲା ସତୀଶ I ଚୋରକୁ ଧରିବା ପାଇଁ କମିଶନରେଟ୍ ପୁଲିସର ୩ଟି ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା। ସିସିଟିଭିକୁ ଆଧାର କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ନିରଞ୍ଜନଙ୍କ ଘରୁ ଚୋରି ପରେ ଚୋରକୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚାଲେଞ୍ଜ। କିନ୍ତୁ ସ୍ପାଇଡର୍ ସତୀଶ ପିନ୍ଧିଥିବା ରେଡିୟମ୍ ଜୋତା ହିଁ ଧରା ପକାଇଦେଲା। କାରଣ ନିରଞ୍ଜନଙ୍କ ଘରୁ ଚୋରି ପରେ ସେ ପ୍ରଥମେ ବରମୁଣ୍ଡା ଯାଇ ବସ୍ ଯୋଗେ ବିଜୟନଗରମ୍ ଖସିପଳାଇଥିଲା। ଏହାପରେ ଗତ ୧୩ ତାରିଖ ଦିନ ବିଶାଖାପାଟଣାର ଏକ ଗହଣା ଦୋକାନରୁ ସତୀଶକୁ ଧରିଥିଲା କମିଶନରେଟ ପୋଲିସ।

Tags: