ରାଜ୍ୟରେ ୨ୟ ପର୍ଯ୍ୟାୟ ମତଦାନ ପାଇଁ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା : ସିଇଓ
ଭୁବନେଶ୍ୱର: ଦିନକ ପରେ ରାଜ୍ୟର ୫ଟି ଲୋକସଭା ଆସନ (ଆସିକା, କନ୍ଧମାଳ, ବଲାଙ୍ଗୀର, ବରଗଡ଼ ଓ ସୁନ୍ଦରଗଡ଼)ରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ । ଏଥି ସହିତ ୫ ଲୋକସଭା ଅଧୀନରେ ଥିବା ୩୫ଟି ବିଧାନସଭା ଆସନରେ ମଧ୍ୟ ମତଦାନ ଗ୍ରହଣ କରାଯିବ । ଏଥି ପାଇଁ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୋଲିଂ କର୍ମଚାରୀମାନେ ଆଜି ଠାରୁ ମତଦାନ କେନ୍ଦ୍ର ଅଭିମୁଖେ ବାହାରିବେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ […]
ଭୁବନେଶ୍ୱର: ଦିନକ ପରେ ରାଜ୍ୟର ୫ଟି ଲୋକସଭା ଆସନ (ଆସିକା, କନ୍ଧମାଳ, ବଲାଙ୍ଗୀର, ବରଗଡ଼ ଓ ସୁନ୍ଦରଗଡ଼)ରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ । ଏଥି ସହିତ ୫ ଲୋକସଭା ଅଧୀନରେ ଥିବା ୩୫ଟି ବିଧାନସଭା ଆସନରେ ମଧ୍ୟ ମତଦାନ ଗ୍ରହଣ କରାଯିବ । ଏଥି ପାଇଁ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୋଲିଂ କର୍ମଚାରୀମାନେ ଆଜି ଠାରୁ ମତଦାନ କେନ୍ଦ୍ର ଅଭିମୁଖେ ବାହାରିବେ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ଦେଶରେ ପଞ୍ଚମ ଓ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ମାସ ୨୦ ତାରିଖରେ ମତଦାନ ଗ୍ରହଣ କରାଯିବ । ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୪୦ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ସେହିପରି ୩୫ଟି ବିଧାନସଭା ଆସନରେ ୨୬୫ ଜଣ ପ୍ରାର୍ଥୀ ଅଛନ୍ତି, ଯେଉଁଥିରେ ୨୨୪ ପୁରୁଷ ଓ ୪୧ ଜଣ ମହିଳା । ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ପୂର୍ବରୁ ଏପର୍ଯ୍ୟନ୍ତ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇସାରିଛି ।
ଶ୍ରୀ ଧଳ ଗତ ବୁଧବାର ଦିନ ଆସିକା ନିର୍ବାଚନ ମଣ୍ଡଳୀ ଅଧୀନ ଖଲ୍ଲିକୋଟ ବିଧାନସଭା କ୍ଷେତ୍ରର ଶ୍ରୀକୃଷ୍ଣଶରଣପୁରରେ ହିଂସା ନେଇ ମଧ୍ୟ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗଂଜାମ ଜିଲ୍ଲାରେ ୨୦ ସିଏପିଏଫ୍ କଂପାନି ମୁତୟନ କରାଯାଇଛି । ଖଲ୍ଲିକୋଟରେ ପ୍ରାକ ନିର୍ବାଚନୀ ହିଂସା ସମ୍ବେଦନଶୀଳ ରହିଛି । ହିଂସା ପାଇଁ ଇସିଆଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରିଛନ୍ତି । ଗଂଜାମ ମନିଟରିଂ ପାଇଁ ଅତିରିକ୍ତ ଡିଜିପି ରାଙ୍କ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରିଜାଇଡିଂ ଓ ପୁଲିଂ ଅଫିସର ବେଆଇନ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ ।
ସୂଚନାନୁସାରେ,ଦେଶରେ ପଞ୍ଚମ ଓ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ପ୍ରଚାର ସରିବ । ଆସନ୍ତା ୨୦ ତାରିଖରେ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୯ ଲୋକସଭା ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରର ୪୮ରୁ ୧୩ ଆସନରେ ଭୋଟଗ୍ରହଣ ହେବ । ବିହାରର ୫ ଆସନ, ଝାଡଖଣ୍ଡର ୩, ଉତ୍ତରପ୍ରଦେଶର ୧୪, ପଶ୍ଚିମବଂଗର ୭ ଆସନରେ ଭୋଟ ନିଆଯିବ । ପଞ୍ଚମ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ବାରାମୁଲା ଏବଂ ଲଦାଖ ଆସନରେ ମଧ୍ୟ ଭୋଟଗ୍ରହଣ ହେବ । ଭୋଟଗ୍ରହଣ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।




