ସଫ୍ଟ ଏନକ୍ଲୋଜରକୁ ଗଲା ବାଘୁଣୀ ‘ଜିନତ’

ବାରିପଦା : ଶିମିଳିପାଳ ପହଁଚିଲା’ଜିନତ’ରାଜ୍‌ କରିବେ ଜିନତ୍‌-ଯମୁନା । ଶିମିଳିପାଳରେ ସଫ୍ଟ ଏନକ୍ଲୋଜରକୁ ଗଲା ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ବୟସ ୩ବର୍ଷ। ବନ ବିଭାଗ ପକ୍ଷରୁ ତାର ନାମ ଜିନତ୍‌ ରଖାଯାଇଛି । ବର୍ତ୍ତମାନ ବାଘୁଣୀ ଜିନତ୍‌ ସଫ୍ଟ ଏନକ୍ଲୋଜରରେ ସୁସ୍ଥ ଭାବେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ପ୍ରାୟ ସପ୍ତାହେ ପାଖାପାଖି ସଫ୍ଟ ଏନକ୍ଲୋଜର ଭିତରେ ବାଘୁଣୀ ରହିବା ପରେ ପିସିସିଏଫ୍‌ଙ୍କ ନିର୍ଦ୍ଦେଶକ୍ରମେ ଟ୍ରାପଚିପ୍‌ ଲଗାଯାଇ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ […]

Samaya Live Picture
Published On

ବାରିପଦା : ଶିମିଳିପାଳ ପହଁଚିଲା’ଜିନତ’ରାଜ୍‌ କରିବେ ଜିନତ୍‌-ଯମୁନା । ଶିମିଳିପାଳରେ ସଫ୍ଟ ଏନକ୍ଲୋଜରକୁ ଗଲା ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ବୟସ ୩ବର୍ଷ। ବନ ବିଭାଗ ପକ୍ଷରୁ ତାର ନାମ ଜିନତ୍‌ ରଖାଯାଇଛି । ବର୍ତ୍ତମାନ ବାଘୁଣୀ ଜିନତ୍‌ ସଫ୍ଟ ଏନକ୍ଲୋଜରରେ ସୁସ୍ଥ ଭାବେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ପ୍ରାୟ ସପ୍ତାହେ ପାଖାପାଖି ସଫ୍ଟ ଏନକ୍ଲୋଜର ଭିତରେ ବାଘୁଣୀ ରହିବା ପରେ ପିସିସିଏଫ୍‌ଙ୍କ ନିର୍ଦ୍ଦେଶକ୍ରମେ ଟ୍ରାପଚିପ୍‌ ଲଗାଯାଇ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଛଡ଼ାଯିବ ବୋଲି ସୂଚନା ମିଳିଛି ।

ସୂଚନାନୁସାରେ,ଶିମିଳିପାଳ ଅଭୟାରଣ୍ୟରେ ମେଲାନିଷ୍ଟିକ୍‌ ବା କଳା ମହାବଳ ବାଘଙ୍କ ବଂଶ ବୃଦ୍ଧି ହେଉଥିବାରୁ ଏହା ଉପରେ ରୋକ୍‌ ଲଗାଇ ସ୍ୱାଭାବିକ ମହାବଳ ବାଘର ବଂଶ ବିସ୍ତାର ପାଇଁ ପ୍ରଥମେ ମହାରାଷ୍ଟ୍ର ତଡବା ଜଙ୍ଗଲରୁ ଅଢେଇ ବର୍ଷର ଯମୁନାକୁ ଅଣାଯାଇଥିବା ବେଳେ ୧୭ ଦିନ ପରେ ଶିମିଳିପାଳକୁ ଆସିଛି ନୂଆ ଅତିଥି ଜିନତ୍‌। ଆଜି ସକାଳୁ ସକାଳୁ ଜିନତକୁ ଯମୁନାଘାଟି କୋର ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶାନ୍ତ ନନ୍ଦ ।

Tags: