ଗଞ୍ଜାମ ଜିଲ୍ଲାରେ ବାଘ ଆତଙ୍କ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ବାଘ ଆତଙ୍କ । ଆଜି ସକାଳେ ଗାଁର କିଛି ଲୋକ ମନ୍ଦିର ଯିବାବେଳେ ରାସ୍ତାରେ ଏକ ୨ ଫୁଟର ବାଘ ଡେଇଁ ଯାଉଥିବା ଦେଖିବାକୁ ପାଇ ଗାଁ ଲୋକଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନ ଅଧିକାରୀ ବାବୁ ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ପାଦଚି଼ହ୍ନ ଏବଂ ଚୁଟି ଆଦି ସଂଗ୍ରହ କରାଯାଇଛି। ଅଧିକ ତଦନ୍ତ […]

ଗଞ୍ଜାମ ଜିଲ୍ଲାରେ ବାଘ ଆତଙ୍କ
Samaya Live Picture
Published On

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ବାଘ ଆତଙ୍କ । ଆଜି ସକାଳେ ଗାଁର କିଛି ଲୋକ ମନ୍ଦିର ଯିବାବେଳେ ରାସ୍ତାରେ ଏକ ୨ ଫୁଟର ବାଘ ଡେଇଁ ଯାଉଥିବା ଦେଖିବାକୁ ପାଇ ଗାଁ ଲୋକଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନ ଅଧିକାରୀ ବାବୁ ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ପାଦଚି଼ହ୍ନ ଏବଂ ଚୁଟି ଆଦି ସଂଗ୍ରହ କରାଯାଇଛି। ଅଧିକ ତଦନ୍ତ ପରେ ବାଘ କି ଆଉ କିଛି ଜଣାପଡ଼ିବ ବୋଲି ବନ ଅଧିକାରୀ ବାବୁ ସେଠୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ଗ୍ରାମରେ ବାଘର ଆତଙ୍କ ଲାଗି ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ। ବାଘ ଏଠାକୁ ଆସି ଗ୍ରାମରେ ଦୁଇ ଦିନ ତଳେ ଛେଳି, କୁକୁଡ଼ା ଆଦି ଖାଇଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଗ୍ରାମବାସୀଙ୍କୁ ଭୟଭୀତ ନ ହେବା ପାଇଁ ବନବିଭାଗ ପକ୍ଷରୁ କୁହାଯାଇଛି। ତାହା ବାଘର ପାଦଚିହ୍ନ ନା ଅନ୍ୟ କାହାର ସେ ନେଇ ତଦନ୍ତ କରୁଛି ବନବିଭାଗ।

ସେପଟେ,ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ବାଘ ଆତଙ୍କ I ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘର ପାଦ ଚିହ୍ନ ଦେଖି ଲୋକମାନେ ଭୟଭୀତ ହୋଇଯାଇଛନ୍ତି । କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ଏକ ମହାବଳ ବାଘ ଚାଲି ଆସିଥିବା ସନ୍ଦେହ କରାଯାଉଛି । ହାତୀଗୋଡ଼ା ଓ ସାଲେଇବେଡ଼ା ପଞ୍ଚାୟତର ଆଖପାଖ ଗାଁ ଲୋକେ ଭୟଭୀତ ହୋଇଛନ୍ତି । ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି ବନ କର୍ମଚାରୀ । ବାଘର ଗତିବିଧି ଉପରେ ନଜର ରଖିଛି କ୍ୟାମେରା । ଗତକାଲି ଠାରୁ ବାଘ ବୁଲୁଥିବା ଅଞ୍ଚଳରେ ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ କରିବା ସହ ଗୃହପାଳିତ ପଶୁ ମାନଙ୍କୁ ମଧ୍ୟ ଜଙ୍ଗଲକୁ ଛାଡିବା ପାଇଁ ବାରଣ କରିଛି ବନବିଭାଗ । ବାଘର ଗତିବିଧିକୁ ନଜର ରଖିବାକୁ ଏକ ସ୍ୱତନ୍ତ୍ର ଟିମ କାର୍ଯ୍ୟ କରୁଥିବା କରଞ୍ଜିଆ ଡ଼ିଏଫଓ ସୂଚନା ଦେଇଛନ୍ତି ।

Tags: