ଟ୍ରାଙ୍କୁଲାଇଜ୍ ହେଲା ଜିନ୍ନତ, ଆଜି ଶିମିଳିପାଳ ଫେରିବ

ଭୁବନେଶ୍ୱର: ଧରାପଡିଲା ବାଘୁଣୀ ଜିନ୍ନତ। ବହୁ ପ୍ରୟାସ ପରେ ବନ ବିଭାଗକୁ ମିଳିଲା ବଡ ସଫଳତା। ବନ ବିଭାଗର ସ୍ୱତନ୍ତ୍ର ଟିମ୍ ବାଙ୍କୁଡାର କଂସାବତୀ ଜଳଭଣ୍ଡାର ନିକଟରେ ଜିନ୍ନତକୁ ଟ୍ରାଙ୍କୁଲାଇଜ କରି ଧରିଛନ୍ତି। ସ୍ୱତନ୍ତ୍ର ପିଞ୍ଜରାରେ ଆଜି ଅଣାଯିବ ଶିମିଳିପାଳ। ଶିମିଳିପାଳ ବାଘୁଣୀ ଜିନ୍ନତକୁ ନେଇ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ,ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିଲା। ଶିମିଳିପାଳରୁ ପ୍ରଥମେ ଝାଡଖଣ୍ଡ ଓ ସେଠାରୁ ପଶ୍ଚିମବଙ୍ଗ ପଳାଇଥିଲା ବାଘୁଣୀ। ଜିନନ୍ତ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଦ ଥାନା କଂସାବତୀ ଜଳଭଣ୍ଡାର […]

Samaya Live Picture
Published On

ଭୁବନେଶ୍ୱର: ଧରାପଡିଲା ବାଘୁଣୀ ଜିନ୍ନତ। ବହୁ ପ୍ରୟାସ ପରେ ବନ ବିଭାଗକୁ ମିଳିଲା ବଡ ସଫଳତା। ବନ ବିଭାଗର ସ୍ୱତନ୍ତ୍ର ଟିମ୍ ବାଙ୍କୁଡାର କଂସାବତୀ ଜଳଭଣ୍ଡାର ନିକଟରେ ଜିନ୍ନତକୁ ଟ୍ରାଙ୍କୁଲାଇଜ କରି ଧରିଛନ୍ତି। ସ୍ୱତନ୍ତ୍ର ପିଞ୍ଜରାରେ ଆଜି ଅଣାଯିବ ଶିମିଳିପାଳ। ଶିମିଳିପାଳ ବାଘୁଣୀ ଜିନ୍ନତକୁ ନେଇ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ,ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିଲା।

ଶିମିଳିପାଳରୁ ପ୍ରଥମେ ଝାଡଖଣ୍ଡ ଓ ସେଠାରୁ ପଶ୍ଚିମବଙ୍ଗ ପଳାଇଥିଲା ବାଘୁଣୀ। ଜିନନ୍ତ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଦ ଥାନା କଂସାବତୀ ଜଳଭଣ୍ଡାର ନିକଟରେ ରହିଥିବା ଜଣାପଡିଥିଲା। ତେଣୁ ପଶ୍ଚିମବଙ୍ଗ ସରକାର ତଥା ବନ ବିଭାଗ ବାରୁଣିଆ, ଗୋପାଳପୁର, ଗୋସାଇଁ ଡିହି ଆଦି ଗାଁରେ ହାଇଆଲର୍ଟ ଜାରି କରାଯିବା ସହ ବାଘୁଣୀ ଫରରେ ତୀକ୍ଷଣ ନଜର ରଖାଯାଇଥିଲା।

ବାରମ୍ବାର ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରାଯାଇ ଘଂଚ ଜଙ୍ଗରୁ ଜିନ୍ନତକୁ ବାହାରକୁ ଆଣିବା ପାଇଁ ଚେଷ୍ଟା ଚଳାଇଥିଲା ବନ ବିଭାଗର ଚିମ। ଏମିତିକି ତାକୁ ଛେଳି, ମଇଁଷିର ଲୋଭ ଦେଖାଇଥିଲେ ମଧ୍ୟ ଜିନ୍ନତ ଭୟରେ ବାହାରକୁ ଆସୁନଥିଲା।

ଫଳରେ ଘଂଟା ଘଂଟା ଧରି ଜଗି ରହି ବନ ବିଭାଗ ଟିମ ଶେଷରେ ନିରାଶ ହୋଇଥିଲା। ତେବେ ରବିବାର ବନ ବିଭାଗର ସ୍ୱତନ୍ତ୍ର ଟିମ ବାଙ୍କୁଡାର କଂସାବତୀ ଜଳଭଣ୍ଡାର ନିକଟରେ ଜିନ୍ନତକୁପ ଟ୍ରାଙ୍କୁଲାଇଜ କରି ଧରିଥିବା ଜଣାପଡିଛି।

Tags: