୧୨ ଜିଲ୍ଲାକୁ କାଳବୈଶାଖୀ ନେଇ ଆଲର୍ଟ ଜାରି

ଭୁବନେଶ୍ୱର:ଓଡ଼ିଶାର ଭୁବନେଶ୍ୱର ଏବଂ କଟକ ସମେତ ୧୨ଟି ଜିଲ୍ଲା ପାଇଁ ୟେଲୋ ଏବଂ ଅରେଞ୍ଜ୍ ରଙ୍ଗର ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନଗୁଡ଼ିକରେ ୫୦-୬୦ କିଲୋମିଟର ବେଗରେ କୁଆପଥର ବର୍ଷା ଏବଂ ପବନ ବହିବା ସହିତ ଘଡ଼ଘଡ଼ି ବର୍ଷା ହୋଇପାରେ। ସେହିପରି ଅନୁଗୁଳ, ବଲାଙ୍ଗୀର, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା […]

୧୨ ଜିଲ୍ଲାକୁ କାଳବୈଶାଖୀ ନେଇ ଆଲର୍ଟ ଜାରି
Samaya Live Picture
Published On

ଭୁବନେଶ୍ୱର:ଓଡ଼ିଶାର ଭୁବନେଶ୍ୱର ଏବଂ କଟକ ସମେତ ୧୨ଟି ଜିଲ୍ଲା ପାଇଁ ୟେଲୋ ଏବଂ ଅରେଞ୍ଜ୍ ରଙ୍ଗର ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି।
ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନଗୁଡ଼ିକରେ ୫୦-୬୦ କିଲୋମିଟର ବେଗରେ କୁଆପଥର ବର୍ଷା ଏବଂ ପବନ ବହିବା ସହିତ ଘଡ଼ଘଡ଼ି ବର୍ଷା ହୋଇପାରେ। ସେହିପରି ଅନୁଗୁଳ, ବଲାଙ୍ଗୀର, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଛି।

Tags: