ମନ୍ତ୍ରୀ ସମୀର ଦାଶଙ୍କ ଘର ଉପରକୁ ଅଣ୍ଡା ମାଡ଼
ଭୁବନେଶ୍ୱର : ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ଆତ୍ମହତ୍ୟା ଘଟଣାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ହେରୁ କରିବା ସହ ଅଣ୍ଡା ଓ ଟମାଟୋ ମାଡ଼ କରିଛି । ଏହାସହିତ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଏହାପରେ ପୋଲିସ ଓ ଛାତ୍ର କଂଗ୍ରେସକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାପରେ […]
ଭୁବନେଶ୍ୱର : ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ଆତ୍ମହତ୍ୟା ଘଟଣାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ହେରୁ କରିବା ସହ ଅଣ୍ଡା ଓ ଟମାଟୋ ମାଡ଼ କରିଛି । ଏହାସହିତ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଏହାପରେ ପୋଲିସ ଓ ଛାତ୍ର କଂଗ୍ରେସକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାପରେ ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ।
ସୂଚନାନୁସାରେ ଗତ ୨୪ ତାରିଖରେ ପୁରୀ ଜିଲ୍ଲା ୧୧ନ. ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଗତକାଲି ଏକ ଅଡିଓ ଭାଇରାଲ ହୋଇଥିଲା I ଏହି ଅଡିଓ ରେ ସେ ତାଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ତାଙ୍କ ପତ୍ନୀ, ଶ୍ୱଶୁରଙ୍କ ସହ ଆଉ କିଛି ଲୋକଙ୍କୁ ଦାୟୀ କରିଥିବା ଜଣା ପଡିଥିଲା I ଏହି ଭାଇରIଲ ଅଡିଓରେ ସେ ଜଣେ ସାମ୍ବାଦିକଙ୍କୁ ତାଙ୍କ ଫୋନ କଲ ରେକର୍ଡିଙ୍ଗ କରିବାକୁ କହୁଥିବାର ଶୁଣାଯାଇଥିଲା I ଏହି ଅଡିଓ ସମ୍ପର୍କରେ ଗତକାଲି ପ୍ରେସ୍ମିଟ୍ରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ଛାନଭିନ୍ ଲାଗି କମିଶନରେଟ୍ ପୋଲିସ ଗୋପ ଯିବ ବୋଲି ସୂଚନା ମିଳିଛି। ଗତକାଲି ଭାଇରାଲ ହୋଇଥିବା ଅଡିଓର ସତ୍ୟତା କେତେ, ଗୋପ ଯାଇ ତାର ଛାନଭିନ୍ କରିପାରେ ପୋଲିସ। ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଆଉ କାହା ସହ କଥା ହୋଇଥିଲେ ତା’ର ମଧ୍ୟ ତଦନ୍ତ କରିବ ପୋଲିସ୍। ତେବେ ଏହି ଘଟଣାର ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା ବେଳେ ଏହାକୁ ନେଇ ବିବାଦ ବଢିବାର ଲାଗିଛି । ଯାହାଫଳରେ ଆଜି ଛାତ୍ର କଂଗ୍ରସ କର୍ମୀମାନେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବାସଭବନରେ ଭିକ୍ଷୋପ କରିବା ସହ ଅଣ୍ଡା ଏବଂ ଟମାଟୋ ମାଡ କରିଥିଲେ ।




