ରାସ୍ତାକାମ ବେଳେ ଡମ୍ପର ମାଡିଯାଇ ୩ ଶ୍ରମିକ ମୃତ ଜଣେ ଗୁରୁତର
କାମାକ୍ଷାନଗର : ରାସ୍ତାରେ ପିଚୁ ଢ଼ଳେଇ ବେଳେ ଘଟିଲା ଅଘଟଣ । ଡମ୍ପର ମାଡିଯିବାରୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଠିକା ସଂସ୍ଥାର ଅବହେଳାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ। ଘଟଣା ସ୍ଥଳରେ ଉତ୍ତ୍ୟକ୍ତଲୋକଙ୍କ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି। ଫଳରେ ଢେଙ୍କାନାଳ-କାମାକ୍ଷାନଗର […]
କାମାକ୍ଷାନଗର : ରାସ୍ତାରେ ପିଚୁ ଢ଼ଳେଇ ବେଳେ ଘଟିଲା ଅଘଟଣ । ଡମ୍ପର ମାଡିଯିବାରୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଠିକା ସଂସ୍ଥାର ଅବହେଳାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ। ଘଟଣା ସ୍ଥଳରେ ଉତ୍ତ୍ୟକ୍ତଲୋକଙ୍କ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି। ଫଳରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର – ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ରାସ୍ତାରେ ପିଚୁକାମ କରାଯାଉଥିଲା । ଏଥିରେ ଶ୍ରମିକମାନେ ନିୟୋଜିତ ଥିବାବେଳେ ଏକ ଡମ୍ପର ଆସି କାର୍ଯ୍ୟରେ ନିୟୋଜିତ ୩ ଶ୍ରମିକଙ୍କୁ ଧକ୍କା ଦେଇଥିଲା। ଫଳରେ ଶ୍ରମିକମାନେ ଡମ୍ପର ସହ ଧକ୍କା ହୋଇ ନିକଟରେ ପିଚୁକୁ ରୋଲିଙ୍ଗ କରୁଥିବା ରୋଲରମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଢେଙ୍କାନାଳ ବଡ଼ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲ ନେଇଥିଲେ । ତେବେ ଢେଙ୍କାନାଳ ମେଡିକାଲରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ମୃତକ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କାମାକ୍ଷାନଗର ରେକୁଳା ଗାଁର କ୍ଷୀରୋଦ ସାହୁ ଏବଂ ଅନ୍ୟ ୨ ଜଣଙ୍କର ପରିଚୟ ମିଳିପାରି ନାହିଁ । ଏହି ଘଟଣାରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଯାହା ଫଳରେ ୫ଘଣ୍ଟା ଧରି ଯାତାୟତ ଠପ୍ ହୋଇଯାଇଥିଲା।
ଅନ୍ୟପଟେ ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।




