କେନ୍ଦ୍ରୀୟ ଡେପୁଟେସନରେ ଗଲେ ୩ ବରିଷ୍ଠ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନ ପାଇଁ ଓଡିଶାରୁ ଗଲେ ୩ ବରିଷ୍ଠ ପ୍ରଶାସନିକ ଅଧିକାରୀ । ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତ, ସମର୍ଥ ବର୍ମା ଓ ସ୍ବଧାଦେବ ସିଂଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ବରେ ଯୋଗଦେବା ପାଇଁ ରାଜ୍ୟ ସରକାର ରିଲିଭ୍ କରିଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ କେନ୍ଦ୍ରକୁ ଡେପୁଟେସନରେ ଯିବା ପରେ ଅର୍ଥ ମନ୍ତ୍ରଣାଳୟ ଯୁଗ୍ମ ସଚିବ […]

କେନ୍ଦ୍ରୀୟ ଡେପୁଟେସନରେ ଗଲେ ୩ ବରିଷ୍ଠ ପ୍ରଶାସନିକ ଅଧିକାରୀ
Samaya Live Picture
Published On

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନ ପାଇଁ ଓଡିଶାରୁ ଗଲେ ୩ ବରିଷ୍ଠ ପ୍ରଶାସନିକ ଅଧିକାରୀ । ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତ, ସମର୍ଥ ବର୍ମା ଓ ସ୍ବଧାଦେବ ସିଂଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ବରେ ଯୋଗଦେବା ପାଇଁ ରାଜ୍ୟ ସରକାର ରିଲିଭ୍ କରିଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ କେନ୍ଦ୍ରକୁ ଡେପୁଟେସନରେ ଯିବା ପରେ ଅର୍ଥ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିବେ। ସେହିପରି ସମର୍ଥ ବର୍ମା ବନ୍ଦର, ଜାହାଜ ଏବଂ ଜଳପଥ ବିଭାଗ ନିର୍ଦେଶକ ଭାବେ ନିଯୁକ୍ତି ପାଇବେ। ଆଇଏଏସ ସ୍ଵଧାଦେବ ସିଂହଙ୍କୁ ନାଗରିକ ପଞ୍ଜୀକରଣ ନିର୍ଦେଶକ(ଡାଇରେକ୍ଟର ଅଫ ସିଟିଜେନ ରେଜିଷ୍ଟ୍ରେସନ) ଏବଂ ଡାଇରେକ୍ଟର ଅଫ ସେନସସ ଅପରେସନ(ଡିସିଓ) ନିର୍ଦେଶକ ଭାବେ ଦାୟିତ୍ଵ ମିଳିଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ସେ ଦାୟିତ୍ବ ତୁଲାଇବେ । ୫ ବର୍ଷ ଯାଏ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସେମାନେ ନୂଆ ଦାୟିତ୍ବରେ ରହିବେ । ଆସନ୍ତା ୧୩ ତାରିଖରୁ ସେମାନଙ୍କୁ ରାଜ୍ୟ ସରକାର ଦାୟିତ୍ବରୁ ରିଲିଭ କରିଛନ୍ତି ।

Tags: