ଶ୍ରୀମନ୍ଦିର ଭୋଗମଣ୍ଡପରେ ଡାଲିହାଣ୍ଡି ଭାଙ୍ଗି ୩ ଆହତ
ପୁରୀ : ଶ୍ରୀମନ୍ଦିରରେ ଅଘଟଣ । ଆଜି ଅପରାହ୍ନରେ ଡାଲିହାଣ୍ଡି ଭାଙ୍ଗି ୩ ବୋଝିଆ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି I ସମସ୍ତେ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆହତମାନେ ହେଲେ ପୁପି ପ୍ରଧାନ (୩୦) ଓ ପ୍ରଦୀପ ସାହୁ(୩୫)। ଉଭୟ ଆହତ ଯୁବକଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଚନ୍ଦନପୁର ଥାନା ଅନ୍ତର୍ଗତ ତଳଜଙ୍ଗ ଗାଁର ପୁପି ପ୍ରଧାନ ଓ ବ୍ରହ୍ମଗିରିର […]
ପୁରୀ : ଶ୍ରୀମନ୍ଦିରରେ ଅଘଟଣ । ଆଜି ଅପରାହ୍ନରେ ଡାଲିହାଣ୍ଡି ଭାଙ୍ଗି ୩ ବୋଝିଆ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି I ସମସ୍ତେ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆହତମାନେ ହେଲେ ପୁପି ପ୍ରଧାନ (୩୦) ଓ ପ୍ରଦୀପ ସାହୁ(୩୫)। ଉଭୟ ଆହତ ଯୁବକଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଚନ୍ଦନପୁର ଥାନା ଅନ୍ତର୍ଗତ ତଳଜଙ୍ଗ ଗାଁର ପୁପି ପ୍ରଧାନ ଓ ବ୍ରହ୍ମଗିରିର ପ୍ରଦୀପ ସାହୁ ଗରମ ଡାଲି ନେଇ (ମହାପ୍ରସାଦ) ନେଇ ଯାଉଥିବା ବେଳେ କୌଣସି କାରଣରୁ ଖସି ପଡ଼ିଥିଲେ। ଫଳରେ ସେମାନଙ୍କ ଶରୀରରେ ଗରମ ଡାଲି ଛିଟିକି ପଡ଼ିଥିଲା। ଏଥିରେ ସେମାନେ ଆହତ ହୋଇଥିଲେ। ଏହା ପରେ ଉଭୟ ପୁପି ଓ ପ୍ରଦୀପଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।




