ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ବଲାଙ୍ଗୀର /ମୋହନା: ବଲାଙ୍ଗୀର-ଟିଟଲାଗଡ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନଏଚ୍ ୨୬ ମଠଖାଇ ପାହାଡ ନିକଟରେ ଏଭଳି ଅଘଟଣ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଗଜପତି ଜିଲା ମୋହନା ଥାନା ଛତାଭରି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ ସହ ବାଇକ୍‌ ମୁହଁାମୁହିଁ ଧକ୍କା […]

ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ
Samaya Live Picture
Published On

ବଲାଙ୍ଗୀର /ମୋହନା: ବଲାଙ୍ଗୀର-ଟିଟଲାଗଡ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନଏଚ୍ ୨୬ ମଠଖାଇ ପାହାଡ ନିକଟରେ ଏଭଳି ଅଘଟଣ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଅନ୍ୟପଟେ ଗଜପତି ଜିଲା ମୋହନା ଥାନା ଛତାଭରି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ ସହ ବାଇକ୍‌ ମୁହଁାମୁହିଁ ଧକ୍କା ହେବାଫଳରେ ଜଣଙ୍କ ମୁତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସିଆଲିଲଟି ପଞ୍ଚାୟତ ମେଣ୍ଟିଆମ୍ବ ଗାଁର ନରେନ୍ଦ୍ର ମଣ୍ଡଳ। ନରେନ୍ଦ୍ର ତାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ବେଲଗଡ ଗାଁରେ ଛାଡି ନିଜ ଗାଁ ମେଣ୍ଟିଆମ୍ବକୁ ଫେରୁଥିବା ବେଳେ ଛତାଭରି ନିକଟରେ ସାମ୍ନା ପଟୁ ଆସୁଥିବା ବିକ୍ରାନ୍ତ ନାମକ ଘରୋଇ ବସ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ନରେନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ ଚକ ତଳେ ବାଇକଟି ସମ୍ପୂର୍ଣ୍ଣ ଚାପି ହୋଇ ରହିଥିଲା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର ହେଲ୍ପର ଫେରାର ହୋଇଯାଇଛନ୍ତି।

Tags: