ପୋପ ଫ୍ରାନସିସଙ୍କ ବିୟୋଗରେ ରାଜ୍ୟ ପାଳିବ ୩ ଦିନିଆ ଶୋକ

ଭୁବନେଶ୍ୱର : ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନସିସଙ୍କ ବିୟୋଗରେ ୩ ଦିନିଆ ଶୋକ ପାଳନ କରିବ ଓଡିଶା । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର । ସେହିପରି ପୋପଙ୍କ ଶେଷକୃତ୍ୟ ଦିନ ବି ରାଜ୍ୟରେ ଶୋକ ପାଳିତ ହେବ । ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସୂଚନାନୁସାରେ,ଗତକାଲି ଭାରତୀୟ ସମୟ ସକାଳ ୭.୩୫ ମିନିଟରେ ୮୮ ବର୍ଷ ବୟସରେ ଶେଷ […]

ପୋପ ଫ୍ରାନସିସଙ୍କ ବିୟୋଗରେ ରାଜ୍ୟ ପାଳିବ ୩ ଦିନିଆ ଶୋକ
Samaya Live Picture
Published On

ଭୁବନେଶ୍ୱର : ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନସିସଙ୍କ ବିୟୋଗରେ ୩ ଦିନିଆ ଶୋକ ପାଳନ କରିବ ଓଡିଶା । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର । ସେହିପରି ପୋପଙ୍କ ଶେଷକୃତ୍ୟ ଦିନ ବି ରାଜ୍ୟରେ ଶୋକ ପାଳିତ ହେବ । ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ସୂଚନାନୁସାରେ,ଗତକାଲି ଭାରତୀୟ ସମୟ ସକାଳ ୭.୩୫ ମିନିଟରେ ୮୮ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଧର୍ମଗୁରୁ ପୋପ ଫ୍ରାନସିସ । ସେ ଦୀର୍ଘଦିନ ଧରି ନିମୋନିଆ ରୋଗରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ଅସୁସ୍ଥ ଥାଇ ମଧ୍ୟ ରବିବାର ଦିନ ପବିତ୍ର ଇଷ୍ଟର ପାଇଁ ହ୍ୱିଲ ଚେୟାରରେ ଆସି ବିଶ୍ୱବାସୀଙ୍କ ପାଇଁ ଶାନ୍ତିର ବାର୍ତ୍ତା ଦେଇଥିଲେ ପୋପ ଇ ନିଜର ଶେଷ ବାର୍ତ୍ତାରେ ସେ ସ୍ୱାଧୀନତା ଓ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱ ଶାନ୍ତି ପାଇଁ ଧର୍ମ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଜରୁରି ବୋଲି ସେ କହିଥିଲେ । ଏହାସହ ଜୀବନର ସାରକୁ ନେଇ ତାଙ୍କ ଶେଷ ଟ୍ୱିଟ୍‌ରେ ଲେଖିଥିଲେ: ‘‘ଖ୍ରୀଷ୍ଟଙ୍କ ପୁନରୁତ୍‌ଥାନ ହୋଇଛି । ଏହି ଶବ୍ଦଗୁଡ଼ିକ ଆମ ଅସ୍ତିତ୍ୱର ସମଗ୍ର ଅର୍ଥକୁ ବହନ କରିଥାଏ, କାରଣ ଆମେ ମୃତ୍ୟୁ ପାଇଁ ନୁହେଁ, ବରଂ ଜୀବନ ପାଇଁ ଜନ୍ମ ହୋଇଥିଲୁ ।’’

Tags: