ପାଇଖାନା ଟାଙ୍କିରେ ପଡି ୩ ପିଲାଙ୍କ ମୃତ୍ୟୁ

ବଡମ୍ବା : ବଡମ୍ବା ନରସିଂହପୁରରେ ଦୁଃଖଦ ଘଟଣା । ପାଇଖାନା ଟାଙ୍କିରେ ପଡି ୩ ପିଲାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ବଡମ୍ବା ବ୍ଲକ ରଗଡ଼ିପଡ଼ା ଗାଁରେ ମାମୁ ଘରକୁ ବୁଲିବାକୁ ଆସି ଅଘଟଣର ଶିକାର ହୋଇଛନ୍ତି ପିଲାମାନେ । ୨ ନାବାଳକଙ୍କ ବୟସ ୩ ଓ ୯ ବର୍ଷ ହୋଇଥିବାବେଳେ,ନାବାଳିକାଙ୍କୁ ବୟସ ୭ ବର୍ଷ ବୋଲି ସୂଚନା ମିଳିଛି । ଏମାନଙ୍କ ଘର ବଡ଼ରାବେଣା ଏବଂ ଇଚ୍ଛାପୁର ଅଞ୍ଚଳରେ। ବଡ଼ମ୍ବା ମେଡିକାଲରେ ୩ ଶିଶୁଙ୍କୁ ମୃତ […]

ପାଇଖାନା ଟାଙ୍କିରେ ପଡି ୩ ପିଲାଙ୍କ ମୃତ୍ୟୁ
Samaya Live Picture
Published On

ବଡମ୍ବା : ବଡମ୍ବା ନରସିଂହପୁରରେ ଦୁଃଖଦ ଘଟଣା । ପାଇଖାନା ଟାଙ୍କିରେ ପଡି ୩ ପିଲାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ବଡମ୍ବା ବ୍ଲକ ରଗଡ଼ିପଡ଼ା ଗାଁରେ ମାମୁ ଘରକୁ ବୁଲିବାକୁ ଆସି ଅଘଟଣର ଶିକାର ହୋଇଛନ୍ତି ପିଲାମାନେ । ୨ ନାବାଳକଙ୍କ ବୟସ ୩ ଓ ୯ ବର୍ଷ ହୋଇଥିବାବେଳେ,ନାବାଳିକାଙ୍କୁ ବୟସ ୭ ବର୍ଷ ବୋଲି ସୂଚନା ମିଳିଛି । ଏମାନଙ୍କ ଘର ବଡ଼ରାବେଣା ଏବଂ ଇଚ୍ଛାପୁର ଅଞ୍ଚଳରେ। ବଡ଼ମ୍ବା ମେଡିକାଲରେ ୩ ଶିଶୁଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଖେଳୁଥିବା ବେଳେ ଅସାବଧାନତା ବଶତଃ ପାଇଖାନା ଟାଙ୍କିରେ ଖସିପଡିଥିବା ଅନୁମାନ କରାଯାଉଛି ।

Tags: