ଖୋର୍ଦ୍ଧା ମଙ୍ଗରାଜ ସାହିରେ ବାଣ ବିସ୍ଫୋରଣ ୩ ପିଲା ଗୁରୁତର
ଖୋର୍ଦ୍ଧା : ଖୋର୍ଦ୍ଧାରେ ବାଣ ବିସ୍ଫୋରଣ ଘଟି ୩ ଜପିଲା ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳ କୁମାରବସ୍ତ ମଙ୍ଗରାଜ ସାହିରେ ଗୋଟିଏ ଘରେ ବାଣ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ୩ ଗୁରୁତରଙ୍କୁ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାବେଳେ,ଅନ୍ୟ ଜଣେ ପିଲାକୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଛି । ତେବେ ଘର ଭିତରେ ବାଣ କିମ୍ବା ବୋମା ରହିଥିଲା ସ୍ପଷ୍ଟ ହୋଇନାହିଁ । ପିଲାମାନଙ୍କ ବୟସ ୧୦ ଓ ୧୨ବର୍ଷ ହେବ […]
ଖୋର୍ଦ୍ଧା : ଖୋର୍ଦ୍ଧାରେ ବାଣ ବିସ୍ଫୋରଣ ଘଟି ୩ ଜପିଲା ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳ କୁମାରବସ୍ତ ମଙ୍ଗରାଜ ସାହିରେ ଗୋଟିଏ ଘରେ ବାଣ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ୩ ଗୁରୁତରଙ୍କୁ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାବେଳେ,ଅନ୍ୟ ଜଣେ ପିଲାକୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଛି । ତେବେ ଘର ଭିତରେ ବାଣ କିମ୍ବା ବୋମା ରହିଥିଲା ସ୍ପଷ୍ଟ ହୋଇନାହିଁ । ପିଲାମାନଙ୍କ ବୟସ ୧୦ ଓ ୧୨ବର୍ଷ ହେବ ବୋଲି ଜଣା ପଡିଛି ।
ସୂଚନାନୁସାରେ,କୁମାରବସ୍ତ ଗ୍ରାମର ତାପସ ମଙ୍ଗରାଜଙ୍କ ଭଣଜା ଭାଣେଜୀ ମାମୁ ଘରକୁ ବୁଲି ଆସିଥିଲେ। ଜାଗରରେ ଫୁଟାଇବା ପାଇଁ ବାଣ ଠାକୁର ଘରେ ରଖିଥିଲେ। ପିଲାମାନେ ଠାକୁର ଘରେ ବାରଣ୍ଡାରେ ଖେଳୁଥିବା ବେଳେ ହଠାତ ବାଣ ବିସ୍ଫୋରଣ ହୋଇ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ, ୨ ଜଣ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ସେମାନଙ୍କୁ ଖୋର୍ଦ୍ଧା ମେଡିକାଲକୁ ନେଇଥିଲେ, ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ସାହିତ୍ୟ ସାଇଣ୍ଟିଫିକ ଟିମ ପହଞି ତଦନ୍ତ ଚଳାଇଛି।




