ନାକଚଣା ଦ୍ୱାରରେ ଲାଗିଲା ତିନି ରଥ

ପୁରୀ : ଶରଧାବାଲି ନାକଚଣା ଦ୍ୱାରରେ ତିନି ରଥ । ଗତକାଲି ଦୁଇ ରଥ ଦକ୍ଷିଣ ମୋଡ଼ କରାଯାଇଥିବା ବେଳେ ଆଜି ସକାଳ ୯ ସମୟରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯାଇ ଶରଧାବାଲି ନାକଚଣା ଦ୍ୱାରରେ ଲଗାଯାଇଛି । ଗତକାଲି ତିନି ରଥକୁ ନାକଚଣା ଦ୍ୱାର ନିକଟକୁ ଆଣିବା ପାଇଁ ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲା । କିନ୍ତୁ ସନ୍ଧ୍ୟା ହୋଇଯିବାରୁ ଓ ବର୍ଷା ବାଧକ ସାଜିବାରୁ ନନ୍ଦିଘୋଷ ରଥ ଟଣା ହୋଇପାରିନଥିଲା । ରଥ ବିଜେ […]

ନାକଚଣା ଦ୍ୱାରରେ ଲାଗିଲା ତିନି ରଥ
Samaya Live Picture
Published On

ପୁରୀ : ଶରଧାବାଲି ନାକଚଣା ଦ୍ୱାରରେ ତିନି ରଥ । ଗତକାଲି ଦୁଇ ରଥ ଦକ୍ଷିଣ ମୋଡ଼ କରାଯାଇଥିବା ବେଳେ ଆଜି ସକାଳ ୯ ସମୟରେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯାଇ ଶରଧାବାଲି ନାକଚଣା ଦ୍ୱାରରେ ଲଗାଯାଇଛି ।

ଗତକାଲି ତିନି ରଥକୁ ନାକଚଣା ଦ୍ୱାର ନିକଟକୁ ଆଣିବା ପାଇଁ ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲା । କିନ୍ତୁ ସନ୍ଧ୍ୟା ହୋଇଯିବାରୁ ଓ ବର୍ଷା ବାଧକ ସାଜିବାରୁ ନନ୍ଦିଘୋଷ ରଥ ଟଣା ହୋଇପାରିନଥିଲା । ରଥ ବିଜେ ପାଇଁ ଶରଧାବାଲିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ବାଲି ବିଛାଯାଇଛି । କାଲି ପୂର୍ବାହ୍ନରେ ମୁଖ୍ୟ ବିଶ୍ବକର୍ମା, ଭୋଇ ସେବକ, କମାର ସେବକ, ଇଞ୍ଜିନିୟର ଓ ରଥ ଯାଞ୍ଚ କମିଟିଙ୍କ ତତ୍ତ୍ବାବଧାନରେ ରଥର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଏପଟେ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବେ । ଏହି ପରମ୍ପରା ରହିଆସିଛି ।

ସୂଚନାନୁସାରେ,ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ମଙ୍ଗଳବାର ତିନିରଥର ଯାଞ୍ଚ କରାଯାଇଛି। ତିନିରଥର ମହାରଣା ସେବକ, ଭୋଇ ସେବକ, କମାର ସେବକଙ୍କ ଉପସ୍ଥିତିରେ ଆବଶ୍ୟକ ଛୋଟମୋଟ ମରାମତି ହୋଇଛି। କେତେକ ଜାଗାରେ କଣ୍ଟା ଖସିଥିବା ବେଳେ ତାହାକୁ ବାଡ଼ାଯାଇଛି। ଫାଟ ଜାଗାରେ ପହିପାତିଆ ଓ ଲୁହା କ୍ଲାମ୍ପ୍‌ ଦିଆଯାଇ ମରାମତି ହୋଇଛି।

Tags: