ମର୍ମନ୍ତୁଦ ସଡକ ଦୁର୍ଘଟଣା,କାର ଧକ୍କାରେ ୩ ବାଇକ ଆରୋହୀ ମୃତ
ଭୁବନେଶ୍ୱର : ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଧକ୍କାରେ ୩ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଟଙ୍କପାଣି ସାଇ ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଯୁବକ ୩ ଜଣ ଭୁବନେଶ୍ୱର ରସୁଲଗଡ଼ ଜିଜିପି କଲୋନୀର ବୋଲି ସୂଚନା ମିଳିଛି । ଘଟଣାର ଖବର ପାଇ ବରଗଡ଼ ଥାନା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । ଘଟନାନୁସାରେ,ଗତକାଲି […]
ଭୁବନେଶ୍ୱର : ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଧକ୍କାରେ ୩ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଟଙ୍କପାଣି ସାଇ ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଯୁବକ ୩ ଜଣ ଭୁବନେଶ୍ୱର ରସୁଲଗଡ଼ ଜିଜିପି କଲୋନୀର ବୋଲି ସୂଚନା ମିଳିଛି । ଘଟଣାର ଖବର ପାଇ ବରଗଡ଼ ଥାନା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।
ଘଟନାନୁସାରେ,ଗତକାଲି ରାତି ପ୍ରାୟ ୨ ଟା ସମୟରେ ଜଗତସିଂପୁରରୁ ପୁରୀ ଅଭିମୁଖେ ଏକ ଟାଟା ହ୍ୟାରିୟର କାର ଯାଉଥିଲା । ଏହି ସମୟରେ ଟଙ୍କପାଣି ସାଇ ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ୩ ବାଇକ ଆରୋହୀଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ବାଇକଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯିବା ସହ ଘଟଣାସ୍ଥଳରେ ୩ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ କାର୍ ଡ୍ରାଇଭର ଫେରାର ହୋଇଯାଇଥିଲା ବେଳେ ବଡ଼ଗଡ଼ ଥାନା ପୋଲିସ କାର ମାଲିକଙ୍କୁ ଅଟକ ରଖି ସିସିଟିଭି ଯାଞ୍ଚ ସହ ପୁରା ଘଟଣାର ତଦନ୍ତ କରୁଛି ।
ସେହିପରି ଭୁବନେଶ୍ୱରରେ ଘଟିଛି ଆଉ ଏକ କାର ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବ୍ୟାରିକେଡ଼ ଭାଙ୍ଗି ଘର ଭିତରକୁ ପଶି ଯାଇଛି ବିଏମଡ଼ବ୍ଲ୍ୟୁ କାର । ରାତିରେ ସମସ୍ତେ ଶୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରଲୋକେ । ଭୁବନେଶ୍ଵର ୟୁନିଟ ୪ ଶାସ୍ତ୍ରୀ ନଗର ଟ୍ରାଫିକ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ତେବେ ଗାଡ଼ିଟିର ସମସ୍ତ ବେଲୁନ ବାହାରି ଯାଇଛି ଓ ଗାଡି ମାଲିକ ବର୍ତ୍ତି ଯାଇଛନ୍ତି । ଏହାକୁ ଦେଖିଲେ ଅନୁମାନ କରିହେଉଛି ଗାଡ଼ି କେତେ ବେଗରେ ଆସୁଥିଲା।




