ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ବାର୍ତ୍ତା
ପୁରୀ : ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ଧମକପୂର୍ଣ୍ଣ ଲେଖା। ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଆତଙ୍କବାଦୀଙ୍କ ନାଁ ନେଇ ଏହିଭଳି ଧମକପୂର୍ଣ୍ଣ ବାର୍ତ୍ତା ଲେଖାଥିବା ଦେଖିବାକୁ ମିଳିଛି । ବାର୍ତ୍ତାରେ ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ । ଦୁଇଟି ସ୍ଥାନରେ କଡ଼ା ଚେତାବନୀ ଦେଇ ଏପରି କେହି କାନ୍ଥରେ ଲେଖିଛି। ଏହା ଭିତରେ ପିଏମ୍ ମୋଦିଙ୍କ ନାମ ମଧ୍ୟ ଲେଖାଯାଇଛି । ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ପରିକ୍ରମା ମାର୍ଗରେ ଏହା ଦେଖିବାକୁ ମିଳିଛି। ବାଲିସାହି […]
ପୁରୀ : ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ଧମକପୂର୍ଣ୍ଣ ଲେଖା। ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଆତଙ୍କବାଦୀଙ୍କ ନାଁ ନେଇ ଏହିଭଳି ଧମକପୂର୍ଣ୍ଣ ବାର୍ତ୍ତା ଲେଖାଥିବା ଦେଖିବାକୁ ମିଳିଛି । ବାର୍ତ୍ତାରେ ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ । ଦୁଇଟି ସ୍ଥାନରେ କଡ଼ା ଚେତାବନୀ ଦେଇ ଏପରି କେହି କାନ୍ଥରେ ଲେଖିଛି। ଏହା ଭିତରେ ପିଏମ୍ ମୋଦିଙ୍କ ନାମ ମଧ୍ୟ ଲେଖାଯାଇଛି । ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ପରିକ୍ରମା ମାର୍ଗରେ ଏହା ଦେଖିବାକୁ ମିଳିଛି। ବାଲିସାହି ପ୍ରବେଶ ପଥର ଠିକ୍ ଡାହାଣ ପଟେ ଥିବା ବୁଢ଼ୀ ମା’ ଠାକୁରାଣୀଙ୍କ କାନ୍ଥରେ ଏହିଭଳି ବାର୍ତ୍ତା ସହ କିଛି ଫୋନ ନମ୍ଵର ବି ଲେଖାଯାଇଛି। ତା ପାଖରେ ଲେଖାଯାଇଛି – ଫୋନ କର, ନ କଲେ ପୁରୀ ରହିବ, କୁଳ ବୁଡ଼ିବ, ଆତଙ୍କବାଦୀ ଇତ୍ୟାଦି ଲେଖାଯାଇଛି। ସେହିପରି ଅନ୍ୟ ପାର୍ଶ୍ଵରେ ପୁଲିସ ନାଁ ସହ ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ବୋଲି ଲେଖା ଯାଇଛି। କଡ଼ା ସୁରକ୍ଷା ସତ୍ତ୍ଵେ କିଏ ଏପରି ଲେଖିଛି, ତାକୁ ନେଇ ପ୍ରଶ୍ନ ଉଠିଛି। ଏଠାରେ ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟକୁ ମଧ୍ୟ ଦୁର୍ବୃର୍ତ୍ତ ଭାଙ୍ଗି ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏକାଧିକ ସିସିଟିଭି ସହ କଡା ସୁରକ୍ଷାବଳୟ ଭିତରେ ରହିଛି ଶ୍ରୀମନ୍ଦିର । ତଥାପି ମନ୍ଦିର ଭିତରକୁ ବାରମ୍ବାର କ୍ୟାମେରା ପ୍ରବେଶ ସହ ଶ୍ରୀମନ୍ଦିର ଉପରେ ବେଆଇନ ଭାବରେ ଡ୍ରନ ମଧ୍ୟ ଉଡା ଯାଉଛି । ପୁଣି ଗତକାଲି ରାତିରେ ମନ୍ଦିର କାନ୍ଥରେ ଏହିଭଳି ଲେଖାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।




