ଆକାଉଣ୍ଟକୁ ଆସୁଛି ହଜାର ହଜାର ଟଙ୍କା

କେନ୍ଦ୍ରାପଡା : ଆଚମ୍ବିତ ଘଟଣା I ଲୋକଙ୍କ ଆକାଉଣ୍ଟରେ ଜମା ହେଉଛି ହଜାର ହଜାର ଟଙ୍କା I ଏହାପରେ ସେହି ଆକାଉଣ୍ଟଧାରୀ ବ୍ୟକ୍ତିଙ୍କ ଫୋନକୁ ଆସୁଛି ମେସେଜ I ମେସେଜ ଦେଖି ଲୋକେ ଦୌଡୁଛନ୍ତି ବ୍ୟାଙ୍କକୁ I ବ୍ୟାଙ୍କ ରେ ପହଂଚି ଦେଖିବା ବେଳକୁ କାହା ଆକାଉଣ୍ଟରେ ୧୦ ହଜାର ତ କାହା ପାଖକୁ ଆସିଛି ୬୦ ହଜାର I ଏନେଇ ବ୍ୟାଙ୍କ ରେ ହେଉଛି ଅସମ୍ଭାଳ ଭିଡ଼ I ହେଲେ କିଏ ପଠାଉଛି ଟଙ୍କା ? […]

Samaya Live Picture
Published On

କେନ୍ଦ୍ରାପଡା : ଆଚମ୍ବିତ ଘଟଣା I ଲୋକଙ୍କ ଆକାଉଣ୍ଟରେ ଜମା ହେଉଛି ହଜାର ହଜାର ଟଙ୍କା I ଏହାପରେ ସେହି ଆକାଉଣ୍ଟଧାରୀ ବ୍ୟକ୍ତିଙ୍କ ଫୋନକୁ ଆସୁଛି ମେସେଜ I ମେସେଜ ଦେଖି ଲୋକେ ଦୌଡୁଛନ୍ତି ବ୍ୟାଙ୍କକୁ I ବ୍ୟାଙ୍କ ରେ ପହଂଚି ଦେଖିବା ବେଳକୁ କାହା ଆକାଉଣ୍ଟରେ ୧୦ ହଜାର ତ କାହା ପାଖକୁ ଆସିଛି ୬୦ ହଜାର I ଏନେଇ ବ୍ୟାଙ୍କ ରେ ହେଉଛି ଅସମ୍ଭାଳ ଭିଡ଼ I ହେଲେ କିଏ ପଠାଉଛି ଟଙ୍କା ? କେଉଁ ଉଦ୍ଦେଶ୍ୟରେ ଡିପୋଜିଟ୍ ହେଉଛି ହଜାର ହଜାର ଟଙ୍କା ? ସବୁଠାରୁ ବଡ଼ କଥା, ଏସମ୍ପର୍କରେ ନା ବ୍ୟାଙ୍କ ଆକାଉଣ୍ଟଧାରୀ ଜାଣିପାରୁଛନ୍ତି ନା ନିଜେ ବ୍ୟାଙ୍କ କର୍ତ୍ତୃପକ୍ଷ କିଛି କହିପାରୁଛନ୍ତି।

ଏଭଳି ରୋଚକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବାଟିପଡ଼ାରେ । ଏଠାରେ ଥିବା ଓଡ଼ିଶା କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କର ଶାଖାରେ ଥିବା ଖାତାଧାରୀଙ୍କ ପାଖକୁ ଏଭଳି ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ, ଅଜଣା ସୂତ୍ରରୁ ଆସୁଥିବା ଏହି ଟଙ୍କାକୁ ଉଠାଣ ପାଇଁ ବ୍ୟାଙ୍କରେ ଲମ୍ବା ଲାଇନ ଲଗାଇଛନ୍ତି ଗ୍ରାହକ। ଏ ସମ୍ପର୍କରେ ଶାଖା ପରିଚାଳକ କହିଛନ୍ତି ଯେ ଆଜି ଲୋକମାନେ ଭିଡ଼ଜମାଇ ଥିଲେ , ସେମାନଙ୍କ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସିଛି ବୋଲି ଆମେ ୩ ଶହ ଆକାଉଣ୍ଟ ଚେକ କରିଥିଲୁ ସେଥିରୁ ଚାଳିଶ ଜଣଙ୍କ ଆକାଉଣ୍ଟରେ କେଉଁଠୁ ଟଙ୍କା ଆସିଛି ତାହା ଜଣାପଡ଼ିନାହିଁ ଓ ଲୋକମାନଙ୍କ ଆକାଉଣ୍ଟ ୩୦,୪୦,୬୦ ଓ କାହା ଆକାଉଣ୍ଟକୁ ଦୁଇ ଲକ୍ଷ ଟଙ୍କା ଆସିଥିବା କହିଥିବା କହିଛନ୍ତି l ସେ ଏସମ୍ପର୍କରେ ଲୋକମାନେ ଖୁସିଥିବା କହିଛନ୍ତି।

Tags: