ଚଳିତ ବର୍ଷ ହନୁମାନ ଜୟନ୍ତୀରେ ବାହାରିବନି ଆଖଡା ଶୋଭାଯାତ୍ରା

ସମ୍ବଲପୁର : ଚଳିତ ବର୍ଷ ହନୁମାନ ଜୟନ୍ତୀରେ ସମ୍ବଲପୁର ସହରରେ ଆଖଡ଼ା ଶୋଭାଯାତ୍ରା ବନ୍ଦ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏହି ନିଷ୍ପତି ନିଆଯାଇଛି। ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଜି ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ଡାକି ଡିଆରଡିଏ ସମ୍ମିଳନୀ କକ୍ଷରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲ,ସମ୍ବଲପୁର […]

Samaya Live Picture
Published On

ସମ୍ବଲପୁର : ଚଳିତ ବର୍ଷ ହନୁମାନ ଜୟନ୍ତୀରେ ସମ୍ବଲପୁର ସହରରେ ଆଖଡ଼ା ଶୋଭାଯାତ୍ରା ବନ୍ଦ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏହି ନିଷ୍ପତି ନିଆଯାଇଛି। ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଆଜି ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ଡାକି ଡିଆରଡିଏ ସମ୍ମିଳନୀ କକ୍ଷରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲ,ସମ୍ବଲପୁର ଏସପି,ମୁକେଶ ଭାମୁ ଉପସ୍ଥିତ ଥିବାବେଳେ ବିଭିନ୍ନ ସମ୍ପ୍ରଦାୟଙ୍କ ମତ ଲୋଡ଼ିଥିଲେ I ଫଳରେ ଆଗକୁ ନିର୍ବାଚନ ଥିବାରୁ ଶୋଭାଯାତ୍ରା ବାହାରିବ ନାହିଁ ବୋଲି ନିଷ୍ପତି ହୋଇଛି I

ସୂଚନାନୁସାରେ,ଗତବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପଥର ମାଡରେ ୧୦ ପୁଲିସଙ୍କ ସମେତ ୫୦ରୁ ଅଧିକ ହନୁମାନ ଜୟନ୍ତୀ ସ୍ୱମନ୍ୱୟ ସିମିତିର କର୍ମକର୍ତ୍ତା ଆହତ ହୋଇଥିଲେ ।

Tags: