ଚଳିତ ବର୍ଷ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’ପାଇବେ ଡିଲେଶ୍ୱର ରଣା

ଭୁବନେଶ୍ୱର : ଘୋଷଣା ହେଲା‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ I ଚଳିତ ବର୍ଷର ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’ପାଇଁ ପାଇବେ ଯୁବ ଗାଳ୍ପିକ ଡିଲେଶ୍ବର ରଣା । କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ ପୁସ୍ତକ ‘ସେଁର୍‌ରା’ ପାଇଁ ଏହି ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସ ରାଓ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର […]

Samaya Live Picture
Published On

ଭୁବନେଶ୍ୱର : ଘୋଷଣା ହେଲା‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ I ଚଳିତ ବର୍ଷର ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’ପାଇଁ ପାଇବେ ଯୁବ ଗାଳ୍ପିକ ଡିଲେଶ୍ବର ରଣା । କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ ପୁସ୍ତକ ‘ସେଁର୍‌ରା’ ପାଇଁ ଏହି ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସ ରାଓ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ବାବଦକୁ ଡିଲେଶ୍ୱରଙ୍କୁ ୫୦ ହଜାର ଟଙ୍କାର ଚେକ୍‌, ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ। ପ୍ରତିବର୍ଷ ଦେଶର ଭିନ୍ନ ଭିନ୍ନ ଭାଷାରେ ୩୫ ବର୍ଷ ବୟସ ମଧ୍ୟରେ ଥିବା ଯୁବ ଲେଖକଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ତେବେ ଏହି ପୁରସ୍କାରର ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ବିଚାରକ ଭାବେ ଲେଖକ ଡ.ବିଭୂତି ପଟ୍ଟନାୟକ,ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର୍‌ ରହିଥିଲେ।
୧୯୯୪ରେ କଳାହାଣ୍ଡି ଜିଲାର ଧଅଁରାମାଲ ଗ୍ରାମରେ ଜନ୍ମିତ ଡିଲେଶ୍ୱର ଗଳ୍ପ, କବିତା,ଫିଚର, ଗୀତ ଆଦି ରଚନା କରନ୍ତି। ଏଥିସହ ଗୀତ ଓ ଅଭିନୟରେ ମଧ୍ୟ ତାଙ୍କର ରୁଚି ରହିଛି। କଥା ନବପ୍ରତିଭା ସମ୍ମାନ, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ନବନୀତା ପଲ୍ଲବନ ଶବ୍ଦ ସମ୍ମାନ, ତପସ୍ୟା ସମ୍ଭାବନା ସମ୍ମାନ ଆଦି ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ସେ ଭବାନୀପାଟଣାର ଏକ ସ୍କୁଲରେ ଶିକ୍ଷକତା ବୃତ୍ତିରେ ଅଛନ୍ତି। ପୁସ୍ତକଟି ପ୍ରକାଶନୀ ସଂସ୍ଥା ଟାଇମ୍‌ପାସ୍‌ ପକ୍ଷରୁ ୨୦୨୧ରେ ପ୍ରକାଶିତ ହୋଇଥିଲା।

Tags: