ଏଥର ୮ ଦିନ ହେବ ବାଲିଯାତ୍ରା,ନଭେମ୍ବର ୨୭ ରୁ ଡିସେମ୍ବର ୪

କଟକ : ଚଳିତ ବର୍ଷ ୮ ଦିନ ହେବ ଐତିହାସିକ ବାଲିଯାତ୍ରା I ନଭେମ୍ବର ୨୭ ତାରିଖରୁ ଅଗମ୍ଭ ହୋଇ ଡିସେମ୍ବର ୪ ତାରିଖ ଯାଏ ୮ ଦିନ ଧରି ଚାଲିବ କଟକର ବାଲିଯାତ୍ରା। ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ ,ତ୍ରୁଟି ଶୂନ୍ୟ ଓ ସୁରକ୍ଷିତ କରିବା ପାଇଁ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିସହ କିଛି ନୂଆ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଓରମାସର ଷ୍ଟଲ୍ ସଂଖ୍ୟା ୪୦୦କୁ […]

Samaya Live Picture
Published On

କଟକ : ଚଳିତ ବର୍ଷ ୮ ଦିନ ହେବ ଐତିହାସିକ ବାଲିଯାତ୍ରା I ନଭେମ୍ବର ୨୭ ତାରିଖରୁ ଅଗମ୍ଭ ହୋଇ ଡିସେମ୍ବର ୪ ତାରିଖ ଯାଏ ୮ ଦିନ ଧରି ଚାଲିବ କଟକର ବାଲିଯାତ୍ରା। ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ ,ତ୍ରୁଟି ଶୂନ୍ୟ ଓ ସୁରକ୍ଷିତ କରିବା ପାଇଁ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିସହ କିଛି ନୂଆ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଓରମାସର ଷ୍ଟଲ୍ ସଂଖ୍ୟା ୪୦୦କୁ ବୃଦ୍ଧି କରାଯାଇଛି।

ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି, ଜଳଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ। କଟକ ଜିଲ୍ଲାପାଳଙ୍କ ଦ୍ଵାରା ଆୟୋଜିତ ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସି,କଟକ ଡିସିପି ଯୋଗ ଦେଇଥିବା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ। ଏହା ସହ ଅନ୍ୟାନ୍ୟ ସରକାରୀ ବିଭାଗର ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି, ଜଳ ଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ ।

Tags: