ଏଥର ସଅଳ ହେବ ଶ୍ରୀବିଗ୍ରହଙ୍କ ସ୍ନାନପୂର୍ଣ୍ଣିମା ନୀତିକାନ୍ତି
ପୁରୀ : ରବିବାର ଦିନ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା I ଶ୍ରୀମନ୍ଦିରରେ ଆରମ୍ଭ ହେବ ସ୍ୱତନ୍ତ୍ର ନୀତିକାନ୍ତି I ଆଜି ଠାରୁ ଏକ ମାସ ଧରି ଚଳିବ ଦଇତାପତି ମାନଙ୍କର ଚାଲିବ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ସେବା I ରାତ୍ର ୧୨ଟାରେ ପହୁଡ ଆଳତି ସରିବାପରେ ଶ୍ରୀଜୀଉଙ୍କ ବାହୁଟକଣ୍ଟ ସେବା ଦଇତାପତିଙ୍କ ଦ୍ଵାରା ସମ୍ପାଦନ ହେବ । ଏହି ଉପଲକ୍ଷେ ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଆଛାଦିତ କରାଯିବ । ସେହିପରି ୧୨ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, […]
ପୁରୀ : ରବିବାର ଦିନ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା I ଶ୍ରୀମନ୍ଦିରରେ ଆରମ୍ଭ ହେବ ସ୍ୱତନ୍ତ୍ର ନୀତିକାନ୍ତି I ଆଜି ଠାରୁ ଏକ ମାସ ଧରି ଚଳିବ ଦଇତାପତି ମାନଙ୍କର ଚାଲିବ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ସେବା I ରାତ୍ର ୧୨ଟାରେ ପହୁଡ ଆଳତି ସରିବାପରେ ଶ୍ରୀଜୀଉଙ୍କ ବାହୁଟକଣ୍ଟ ସେବା ଦଇତାପତିଙ୍କ ଦ୍ଵାରା ସମ୍ପାଦନ ହେବ । ଏହି ଉପଲକ୍ଷେ ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଆଛାଦିତ କରାଯିବ ।
ସେହିପରି ୧୨ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ୧୨ଟା୨୫ରେ ବାହୁଟି କଣ୍ଟକ ଓ ୧୨ଟା ୪୦ରେ କୋଠ ସୁଆଁସିଆ ଚାରବନ୍ଧାକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ଏଣେ ସେନାପଟା ଲାଗି ବାହୁଟ କଣ୍ଟ ପାଇଁ ଗତକାଲି ରାତିରେ ସାକ୍ଷୀଗୋପାଳରୁ ଆଠଫୁଟ ଲମ୍ବ ଓ ୩ଫୁଟ ଓସାରର ବଉଳ କାଠ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିସାରିଛି। ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ନିଯୋଗର ପ୍ରମୁଖ ଦାୟିତ୍ୱ ରହିଥିବାରୁ ସେମାନଙ୍କ ସହ ସମନ୍ୱୟ ବୈଠକ କରାଯାଇଛି।
ଚଳିତ ବର୍ଷ ସଅଳ ହେବ ସ୍ନାନପୂର୍ଣ୍ଣିମା ନୀତିକାନ୍ତି । ଲକ୍ଷାଧିକ ଭକ୍ତ ବିନା ବାଧାରେ ଯେପରି ଦର୍ଶନ ପାଇବେ, ସେନେଇ ବନ୍ଦୋବସ୍ତ କରାଯିବ। ସେବକମାନେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡ଼ାହୋଇ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଯେପରି ବାଧା ସୃଷ୍ଟି ନକରିବେ ତା’ ଉପରେ ଗୁରୁତ୍ବ ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସ୍ନାନପୂର୍ଣ୍ଣିମା ନୀତି ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର୍ରୁ ସେନାପଟା ଲାଗି ନୀତି ପରେ ସକାଳ ୬ଟା ପୂର୍ବରୁ ପହଣ୍ଡି ନୀତି ଶେଷ ହେବ। ସକାଳ ୯ଟା ସୁଦ୍ଧା ଦିବ୍ୟ ସ୍ନାନ ଓ ୧୨ଟାରେ ଗଜାନନ ବେଶ ବା ହାତୀ ବେଶ ହେବା ନେଇ ନିଷ୍ପତ୍ତି ହୋଇଛି। ରାତି ୧୧ଟା ସୁଦ୍ଧା ବାହୁଡା ପହଣ୍ଡି କରାଯିବ।
ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ଭିତର ସେବାୟତ ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ସଅଳ ନୀତିକାନ୍ତି ଉପରେ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ମନ୍ଦିରର ନୀତିକାନ୍ତି ଉପରେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ନିର୍ଭର କରୁଥିବାରୁ ଏଥିପ୍ରତି ଦୃଷ୍ଟି ଦିଆଯିବ। କୌଣସି ସେବାୟତ ଯେପରି ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡ଼ାହୋଇ ଦର୍ଶନରେ ବ୍ୟାଘାତ ସୃଷ୍ଟି ନକରନ୍ତି, ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି।




