ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏଥର ‘ଯୋଡି ଶଙ୍ଖ’

ଭୁବନେଶ୍ୱର : ପାଖେଇ ଆସିଲାଣି ୨୦୨୪ ସାଧାରଣ ନିର୍ବାଚନ I ଦଳ ଡିଆଁ ପର୍ବ ପରେ ସବୁ ଦଳର ପ୍ରାୟତଃ ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ I ଟିକେଟ ପାଇଁ ସାରିଥିବା ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିସାରିଲେଣି I ଦିନରାତି ଏକ କରି ଚାଲିଛି କ୍ୟାମ୍ପେନିଂ I ଭୋଟରଙ୍କୁ ମନାଇବା ପାଇଁ ମୈଦାନରେ କସରତ ଜାରି ରଖିଛନ୍ତି ନେତା I ସେହିପରି ଆସନ୍ତା କାଲି ୨୪ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ I ଏହାପୂର୍ବରୁ ରାଜ୍ୟବାସୀଙ୍କୁ […]

Samaya Live Picture
Published On

ଭୁବନେଶ୍ୱର : ପାଖେଇ ଆସିଲାଣି ୨୦୨୪ ସାଧାରଣ ନିର୍ବାଚନ I ଦଳ ଡିଆଁ ପର୍ବ ପରେ ସବୁ ଦଳର ପ୍ରାୟତଃ ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ I ଟିକେଟ ପାଇଁ ସାରିଥିବା ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିସାରିଲେଣି I ଦିନରାତି ଏକ କରି ଚାଲିଛି କ୍ୟାମ୍ପେନିଂ I ଭୋଟରଙ୍କୁ ମନାଇବା ପାଇଁ ମୈଦାନରେ କସରତ ଜାରି ରଖିଛନ୍ତି ନେତା I ସେହିପରି ଆସନ୍ତା କାଲି ୨୪ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ I ଏହାପୂର୍ବରୁ ରାଜ୍ୟବାସୀଙ୍କୁ ଯୋଡି ଶଙ୍ଖ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I ଓଡ଼ିଶାର ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବା ପାଇଁ ସମସ୍ତ ଭୋଟର ଭାଇ ଭଉଣୀ ଯୋଡ଼ି ଶଙ୍ଖରେ ଭୋଟ ଦିଅନ୍ତୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତରେ ଦୁଇ ହାତରେ ଦୁଇଟି ଶଙ୍ଖ ଚିହ୍ନ ଧରି ନିଜ ଅଞ୍ଚଳର ଉଭୟ ବିଜେଡି ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ବୋଲି ଜନସାଧାରଣଙ୍କୁ ଅପିଲ କରିଛନ୍ତି। ସେହିପରି‘ନବୀନ ଓଡ଼ିଶା’ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ମଧ୍ୟ ଦୁଇ ହାତରେ ଦୁଇଟି ଶଙ୍ଖ ଲୋଗୋ ଧରି ବିଜେଡିର ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ନିଜର ମହତ୍ୱପୂର୍ଣ୍ଣ ଭୋଟ ଦେବା ଲାଗି ଅପିଲ କରିଛନ୍ତି। ଏହି ଭିଡ଼ିଓଟି ବେଶ ଭାଇରାଲ ହେଉଛି I ଯୋଡି ଶଙ୍ଖର ଅର୍ଥ ଗୋଟିଏ ଲୋକ ସଭା ଏବଂ ଅନ୍ୟଟି ରାଜ୍ୟସଭା I ମାନେ ଏଥର ୨ ଟି ଯାକ ଆସନରେ ବିଜେଡିର ଜିତାପଟ ହେବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ନବୀନ I

ଏଥି ସହିତ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ କହିଛନ୍ତି ଯେ ଆସନ୍ତା ୨୪ ତାରିଖରେ ନବୀନ ବାବୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ। ଆସନ୍ତୁ ଆମେ ସମସ୍ତେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ବିଜୁ ଜନତା ଦଳର ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିପୁଳ ବ୍ୟବଧାନରେ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି।

ସୂଚନାନୁସାରେ,ଆସନ୍ତା ୨୪ ତାରିଖରେ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୪ ତାରିଖ ସକାଳ ୧୦ଟା ୩୦ ମିନିଟରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ଏହାପରେ ସେ ୧୧ଟା ୩୦ ମିନିଟରେ ଶେରଗଡ଼ରେ ଏକ ଜନସଭାରେ ଉଦ୍‌‌ବୋଧନ ଦେବେ। ଏହାପରେ ମୁଖ୍ୟମନ୍ତ୍ରୀ ଆସନ୍ତା ୩୦ ତାରିଖରେ ହିଞ୍ଜଳି ବିଧାନସଭା ଆସନ ନିମନ୍ତେ ନିଜର ପ୍ରାର୍ଥୀପତ୍ର ଦାଖଲ କରି ପ୍ରଚାର ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି I

Tags: