ରାଜ୍ୟରେ ଖୋଲିବ ଆଉ ୧୩ ଟି ନୂଆ କଲେଜ
ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ସଫଳତାକୁ ଦୃଷ୍ଟିରୁ କଲେଜ ଗୁଡିକରେ ୧୨ ହଜାର ସିଟ୍ ବୃଦ୍ଧି କରାଯାଇଛି । ଏହା ସହିତ ଆଉ ୧୩ ଟି ନୂଆ କଲେଜ ଖୋଲିବାକୁ ନିଷ୍ପତି ନିଆ ଯାଇଛି I ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ନଜରରେ ରଖାଯାଇ ଯୁକ୍ତ ୩ ସିଟ୍ ସଂଖ୍ୟା ବଢାଯାଇଛି । ୨୦୨୨-୨୩ ଶିକ୍ଷା ବର୍ଷରେ ୧୦୨୩ଟି ସିଟ୍ ବୃଦ୍ଧି […]
ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ସଫଳତାକୁ ଦୃଷ୍ଟିରୁ କଲେଜ ଗୁଡିକରେ ୧୨ ହଜାର ସିଟ୍ ବୃଦ୍ଧି କରାଯାଇଛି । ଏହା ସହିତ ଆଉ ୧୩ ଟି ନୂଆ କଲେଜ ଖୋଲିବାକୁ ନିଷ୍ପତି ନିଆ ଯାଇଛି I ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ନଜରରେ ରଖାଯାଇ ଯୁକ୍ତ ୩ ସିଟ୍ ସଂଖ୍ୟା ବଢାଯାଇଛି ।
୨୦୨୨-୨୩ ଶିକ୍ଷା ବର୍ଷରେ ୧୦୨୩ଟି ସିଟ୍ ବୃଦ୍ଧି ପାଇ ୨ ଲକ୍ଷ ୫୫ ହଜାର ୯୧୬ଟି ସଟରେ ନାମ ଲେଖାହୋଇଥିଲା । ୨୦୨୩-୨୪ ଶିକ୍ଷାବର୍ଷରେ ଆନ୍ୟ ୧୩ଟି ନୂଆ କଲେଜକୁ ଅନ୍ତର୍ଭୁକ୍ତ କରାଯିବା ସହ ୧୨ ହଜାର ୬୬୫ ସିଟରେ ନାମ ଲେଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ୨୩ ହଜାର ୨୫୬ ସିଟରେ ନାମ ଲେଖା ହେବାକୁ ଥିବା ବେଳେ, କଟକ ଜିଲ୍ଲାରେ ୨୧ ହଜାର ୧୯୪, ଖୋର୍ଦ୍ଧାର ୨୧ ହଜାର ୧୯୩, ବାଲେଶ୍ୱରରେ ୧୫ ହଜାର ୮୮୮, ପୁରୀରେ ୧୫ ହଜାର ୬୦ ସିଟ୍ ରହିଛି । ଏହାବ୍ୟତୀତ ବର୍ତ୍ତମାନ ଛାତ୍ରଛାତ୍ରୀ କଟଅଫ୍ ମାର୍କ ଉପରେ ନଜର ରଖିଛନ୍ତି ।
ଚଳିତ ବର୍ଷ କଳା ବିଭାଗର ୧ ଲକ୍ଷ ୫୦ ହଜାର ୭୫୮ ସିଟରେ ନାମ ଲେଖା ହେବ । ସେହିପରି ଫିଜିକାଲ ସାଇନ୍ସରେ ୨୮ ହଜାର ୫୮୮, ବାଣିଜ୍ୟରେ ୩୨ ହଜାର ୧୨୪, ସେଲ୍ଫ ଫାଇନାନ୍ସିଂରେ ୨,୦୮୬ ଓ ସଂସ୍କୃତରେ .୧୪୮ ସିଟ୍ ରହିଛି ।




