ଭୁବନେଶ୍ୱର ଏମ୍ସ ରୁ ଧରାପଡ଼ିଲେ ୧୩ ଜଣ ଦଲାଲ

ଭୁବନେଶ୍ୱର : ଏମ୍ସ ରୁ ବନ୍ଧାହେଲେ ୧୩ ଜଣ ଦଲାଲ I ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ କାଉଣ୍ଟରରୁ ଟିକେଟ କରାଇଦେବା ଆଳରେ ଏହି ଦଲାଲମାନେ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରିଥାନ୍ତି I ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ପୁଲିସ୍‌ର ସ୍ପେସିଆଲ ଡ୍ରାଇଭ ଦଲାଲ କରୁଥିବା ଅଭିଯୋଗରେ ଏହି ୧୩ ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି। ଗିରଫ ଦଲାଲଙ୍କ ମଧ୍ୟରେ କିଛି ସ୍ଥାନୀୟ ଲୋକ ଥିବାବେଳେ କିଛି ବଙ୍ଗୀୟ ଯୁବକ […]

Samaya Live Picture
Published On

ଭୁବନେଶ୍ୱର : ଏମ୍ସ ରୁ ବନ୍ଧାହେଲେ ୧୩ ଜଣ ଦଲାଲ I ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ କାଉଣ୍ଟରରୁ ଟିକେଟ କରାଇଦେବା ଆଳରେ ଏହି ଦଲାଲମାନେ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରିଥାନ୍ତି I ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ପୁଲିସ୍‌ର ସ୍ପେସିଆଲ ଡ୍ରାଇଭ ଦଲାଲ କରୁଥିବା ଅଭିଯୋଗରେ ଏହି ୧୩ ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି। ଗିରଫ ଦଲାଲଙ୍କ ମଧ୍ୟରେ କିଛି ସ୍ଥାନୀୟ ଲୋକ ଥିବାବେଳେ କିଛି ବଙ୍ଗୀୟ ଯୁବକ ରହିଛନ୍ତି। ଏହା ସହିତ ଅନ୍ୟ କିଛି ଦଲାଲ ଫେରାର ରହିଛନ୍ତି I

ଜାତୀୟ ସ୍ତରରେ ଚାଲୁଥିବା ଏମ୍ସ ହସ୍ପିଟାଲରେ ବିନା ମୂଲ୍ୟରେ ଚିକିତ୍ସା କରାଯାଇଥାଏ I ସେଥିପାଇଁ ବହୁ ଦୂରଦୂରାନ୍ତରୁ ରୋଗୀମାନେ ଆସିଥାନ୍ତି I ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ ରେ ଠିଆ ହୋଇଥାନ୍ତି I ଏହାର ସୁଯୋଗନେଇ ଦଲାଲମାନେ ଟିକେଟ ଖଣ୍ଡେ କରାଇଦେବା ଆଳରେ ରୋଗୀ ମାନଙ୍କ ଠାରୁ ୪ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି I ଏମାନେ ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ।

କଟକ ଓ ବ୍ରହ୍ମପୁର ପରେ ଏବେ ଏମ୍ସକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି କମିଶନରେଟ ପୋଲିସ । ଅଭିଯାନ ଚାଲୁ ରହିଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ । ତେବେ ଏହି ଘଟଣାରେ ହସ୍ପିଟାଲର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ନା ନାହିଁ ପୁଲିସ ତଦନ୍ତ କରୁଛି ।

Tags: