ଥିପୁରି ତିରୁପତି ମାଓ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତ

ଆନ୍ଧ୍ରପ୍ରଦେଶ : ଥିପୁରି ତିରୁପତିଙ୍କ କାନ୍ଧରେ ମାଓ ସଙ୍ଗଠନ ଦାୟିତ୍ୱ। ଥିପୁରି ତିରୁପତି ଓରଫ ଦେବୁଜୀ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତି ନେଇ ସୂଚନା ରହିଛି। ସେ ଗତ ୩ ଦଶକ ଧରି ସଂଗଠନ ସହ ଜଡ଼ିତ । ତାଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ । ଗତ ମେ ମାସରେ ଆବୁଝମାଡ଼ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ବାସବରାଜୁଙ୍କ ମୃତ୍ଯୁ ପରେ ଖାଲି ପଡ଼ିଥିଲା ପଦବି। ତିରୁପତି, ଦେବୁଜି, କୁମା ଦାଦା, ଚେତନ […]

ଥିପୁରି ତିରୁପତି ମାଓ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତ
Samaya Live Picture
Published On

ଆନ୍ଧ୍ରପ୍ରଦେଶ : ଥିପୁରି ତିରୁପତିଙ୍କ କାନ୍ଧରେ ମାଓ ସଙ୍ଗଠନ ଦାୟିତ୍ୱ। ଥିପୁରି ତିରୁପତି ଓରଫ ଦେବୁଜୀ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତି ନେଇ ସୂଚନା ରହିଛି। ସେ ଗତ ୩ ଦଶକ ଧରି ସଂଗଠନ ସହ ଜଡ଼ିତ । ତାଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ ।

ଗତ ମେ ମାସରେ ଆବୁଝମାଡ଼ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ବାସବରାଜୁଙ୍କ ମୃତ୍ଯୁ ପରେ ଖାଲି ପଡ଼ିଥିଲା ପଦବି। ତିରୁପତି, ଦେବୁଜି, କୁମା ଦାଦା, ଚେତନ ପରି ଅନେକ ନାଁରେ ସେ ପରିଚିତ । ମାଓବାଦୀଙ୍କ ସେଣ୍ଟ୍ରାଲ ମିଲିଟାରୀ କମାଣ୍ଡ ମୁଖ୍ୟ ଦାୟିତ୍ୱରେ ଥିଲେ ।

ଥିପୁରି ପୂର୍ବରୁ କେନ୍ଦ୍ରୀୟ କମିଟି ସଦସ୍ୟ ରହିଥିଲେ । ପରେ ପୋଲିଟ ବ୍ୟୁରୋ ସଦସ୍ୟ, ସେଣ୍ଟ୍ରାଲ ରିଜିଓନାଲ ବ୍ୟୁରୋ ସଦସ୍ୟ ମଧ୍ୟ ଥିଲେ । କମ୍ୟୁନିକେସନ ଇନଚାର୍ଜ ସହ ଦକ୍ଷିଣ ସବ ଜୋନାଲ ବ୍ୟୁରୋ ଦାୟିତ୍ବ ମଧ୍ୟ ରହିଥିଲା । ତେଲେଙ୍ଗାନା ଜଗତିଆଲ ଜିଲ୍ଲାର ଥିରୁପତି ।

୨୦୧୦ ଦାନ୍ତେୱାଡା ୬୫ ସିଆରପିଏଫ୍ ଯବାନଙ୍କ ହତ୍ୟାକାଣ୍ଡ ଘଟଣାର ସେ ମାଷ୍ଟରମାଇଣ୍ଡ । ୨୦୦୭ ରାଣୀବୋଦଲି ୫୫ ଯବାନଙ୍କ ହତ୍ୟା ଘଟଣାରେ ମଧ୍ୟ ସମ୍ପୃକ୍ତ ।

Tags: