ହେବନାହିଁ ବସ ଧର୍ମଘଟ
ଭୁବନେଶ୍ୱର : ସ୍ଥଗିତ ରହିଲା ବସ ଧର୍ମଘଟ I ପରିବହନ ମନ୍ତ୍ରୀଙ୍କ ସହ ବସ ମାଲିକ ସଂଘର ବୈଠକ ସଫଳ ହୋଇଛି । ବୈଠକ ସରିବା ପରେ ସୂଚନା ଦେଲେ ପରିବହନ ମନ୍ତ୍ରୀ । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ସଂଘ ସହ ଆଲୋଚନା ସଫଳ ହୋଇଛି । ବସ୍ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବିତ ଦାବି ଗୁଡିକ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ । ବର୍ତ୍ତମାନ କୌଣସି ଆନ୍ଦୋଳନ କରାଯିବନି, ଆଲୋଚନା ମାଧ୍ୟମରେ […]
ଭୁବନେଶ୍ୱର : ସ୍ଥଗିତ ରହିଲା ବସ ଧର୍ମଘଟ I ପରିବହନ ମନ୍ତ୍ରୀଙ୍କ ସହ ବସ ମାଲିକ ସଂଘର ବୈଠକ ସଫଳ ହୋଇଛି । ବୈଠକ ସରିବା ପରେ ସୂଚନା ଦେଲେ ପରିବହନ ମନ୍ତ୍ରୀ । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ସଂଘ ସହ ଆଲୋଚନା ସଫଳ ହୋଇଛି । ବସ୍ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବିତ ଦାବି ଗୁଡିକ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ । ବର୍ତ୍ତମାନ କୌଣସି ଆନ୍ଦୋଳନ କରାଯିବନି, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ I ସେମାନଙ୍କ ଦାବିକୁ ବିଚାର କରାଯାଉଛି । ୩୧ ତାରିଖ ଭିତରେ ଲିଖିତ ଦାବି ଦେବ ସଂଘ । ଆଗକୁ ଧର୍ମଘଟ ହେବନି, ସ୍ୱାଭାବିକ ଭାବେ ବସ ଚଳାଚଳ କରିବ ।
ସୂଚନାନୁସାରେ,ଆଜି ଦିନ ୧୧ ଟାରେ ଖାରବେଳ ଭବନରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସହିତ ବସ ମାଲିକ ସଂଘର ଆଲୋଚନା ହୋଇଥିଲା I ଏଥିରେ ଘରୋଇ ବସ ମାଲିକ ସଂଘର ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲା I ତାଙ୍କର ଦାବିଗୁଡ଼ିକୁ ଘରୋଇ ବସ୍ ମାଲିକ ସଂଘ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ। ସଂଘ ପକ୍ଷରୁ ଦିଆଯାଇଥିବା ଦାବିକୁ ବିଚାର କରିବ ପରିବହନ କମିଟି।
ଉଲ୍ଲେଖଯୋଗ୍ୟ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଚଳାଚଳ ଯୋଜନାକୁ ନେଇ ଘରୋଇ ବସ ମାଲିକ ସଂଘ ବନ୍ଦ ପାଳନ କରିଥିଲେ । ଲକ୍ଷ୍ମୀ ଯୋଜନାରେ ଘରୋଇ ବସ ଗୁଡିକୁ ସାମିଲ କରିବା ପାଇଁ ସଂଘ ପ୍ରସ୍ତାବ ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ମୋ ବସ କୁ କେବଳ ସହରାଞ୍ଚଳରେ ସୀମିତ ରଖିବାକୁ କହିଥିଲେ I ତେବେ ଏହାର ବ୍ୟତିକ୍ରମ ହେବାରୁ ଗତ ୧୭ ତାରିଖରେ ବସ୍ ଧର୍ମଘଟ ଆରମ୍ଭ କରିଥିଲେ । ଯେଉଁଥିପାଇଁ ପୂଜା ସମୟରେ ଘରକୁ ଯିବାକୁ ଲୋକେ ହଇରାଣ ହୋଇଥିଲେ । ପରେ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବନ୍ଦ ପ୍ରତ୍ୟାହାର କରିଥିଲେ ବସ ମାଲିକ ସଂଘ । ୩୧ରେ ସରକାରଙ୍କ ନିଷ୍ପତ୍ତି ପରେ ତାଙ୍କ ପଦକ୍ଷେପ କଣ ହେବ ତା ଉପରେ ରହିଛି ନଜର ।
ଅନ୍ୟପଟେ ବାଲେଶ୍ୱର ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ସମର୍ଥନ କରିଥିଲା । ତେଣୁ ଆଜି ବୈଠକରେ ଯୋଗଦେବାକୁ ଯାଇଥିବା ବାଲେଶ୍ୱର ସଂଘକୁ ବିରୋଧ କରାଯାଇଥିଲା । ଫଳରେ ବୈଠକରେ ଯୋଗ ନଦେଇ ଫେରି ଯାଇଥିଲେ ବାଲେଶ୍ୱର ସଂଘ ସଭାପତି । ବୈଠକରୁ ଫେରିବା ପରେ ବାଲେଶ୍ୱର ସଂଘ ସଭାପତି ବାଦଲ ଦାସ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଥିଲେ, ଲକ୍ଷ୍ମୀ ବସ୍ ଯୋଜନାକୁ ବାଲେଶ୍ୱର ବସ୍ ମାଲିକ ସଂଘ ସମର୍ଥନ କରୁଛି । ଲୋକଙ୍କ ସ୍ୱାର୍ଥକୁ ବିରୋଧ କରୁଥିବା ରାଜ୍ୟ ସଂଘକୁ ସମର୍ଥନ ଦେବୁନି ’ ।




