ମନଇଛା କଟନୀ ଛଟନୀ ହେବ ନାହିଁ – କେ.ଭି.ସିଂଦେଓ
ଭୁବନେଶ୍ୱର : ୨୦ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲାରେ ଧାନ କିଣା ଆରମ୍ଭ ହେବ। ଏକ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଖୋଲାଯିବ ମଣ୍ଡି । ଧାନ କିଣା ବେଳେ ମନଇଛା କଟନୀ, ଛଟନୀ ହେବ ନାହିଁ । ଧାନର ମାନ ତାର ଏଫଓକ୍ୟୁ ଓ ଆର୍ଦ୍ରତାକୁ ନେଇ ନିର୍ଦ୍ଧାରଣ କରାଯିବ । କିନ୍ତୁ ମିଲର ମନଇଛା ଚାଷୀଙ୍କ ଧାନରେ କାଟଛାଟ କରିପାରିବେ ନାହିଁ । ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । […]
ଭୁବନେଶ୍ୱର : ୨୦ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲାରେ ଧାନ କିଣା ଆରମ୍ଭ ହେବ। ଏକ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଖୋଲାଯିବ ମଣ୍ଡି । ଧାନ କିଣା ବେଳେ ମନଇଛା କଟନୀ, ଛଟନୀ ହେବ ନାହିଁ । ଧାନର ମାନ ତାର ଏଫଓକ୍ୟୁ ଓ ଆର୍ଦ୍ରତାକୁ ନେଇ ନିର୍ଦ୍ଧାରଣ କରାଯିବ । କିନ୍ତୁ ମିଲର ମନଇଛା ଚାଷୀଙ୍କ ଧାନରେ କାଟଛାଟ କରିପାରିବେ ନାହିଁ । ଏନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୀର୍ଘ ଦିନରୁ ଚାଷୀ କଟନୀ ଛଟନୀକୁ ନେଇ ଅଭିଯୋଗ କରିଆସୁଥିଲେ । ତେଣୁ ଆଉ କଟନୀ, ଛଟନୀ କରି ଚାଷୀଙ୍କୁ ଠକାଯିବ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ଏଥିସହ, ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଧାନ ବିକ୍ରିକୁ ସହଜ କରିବା ପାଇଁ ଦୁଇଟି ସ୍ଲିପ ବ୍ୟବସ୍ଥା ହେବ । ଗୋଟିଏ ଚାଷୀଙ୍କ ପାଖରେ ରହିବା ବେଳେ ଅନ୍ୟଟି ସରକାର ନିକଟରେ ରହିବ । ଆସନ୍ତା ୮ରୁ ଧାନ କିଣା ଆରମ୍ଭ ହେବ । ତେବେ ଯେଉଁ ଧାନର ଏଫଏକ୍ୟୁ କମ ଥିବ ଓ ଆର୍ଦ୍ରତା ଅଧିକ ଥିବ, ତାକୁ ନେଇ କେତେ କଟା ଯିବ, ତାହା ନିର୍ଦ୍ଧାରଣ କରାଯିବ । କିନ୍ତୁ ମନଇଛା ଧାନ କଟାଯିବନି ବୋଲି କହିଛନ୍ତି କନକ ବର୍ଦ୍ଧନ ।




