ରାଜ୍ୟରେ ହେବ ବୃହତ ଶିଳ୍ପାୟନ, ପୁଞ୍ଜି ନିବେଶ କରିବ ନିପ୍ପନ ଷ୍ଟିଲ
ଭୁବନେଶ୍ୱର/ଟୋକିଓ : ରାଜ୍ୟରେ ହେବ ବୃହତ ଶିଳ୍ପାୟନ I ଓଡ଼ିଶାକୁ ଦେଶର ଅଗ୍ରଣୀ ପୁଞ୍ଜି ନିବେଶସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରେଚେଷ୍ଟା ଜାରି ରହିଛି I ଏହାରି ମଧ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଆସିଛି ଅଭୂତପୂର୍ବ ପରିବର୍ତ୍ତନ। ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି), ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ ସହ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବେଶ୍ ସମୃଦ୍ଧ ହୋଇପାରିଛି। ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଜରିଆରେ […]
ଭୁବନେଶ୍ୱର/ଟୋକିଓ : ରାଜ୍ୟରେ ହେବ ବୃହତ ଶିଳ୍ପାୟନ I ଓଡ଼ିଶାକୁ ଦେଶର ଅଗ୍ରଣୀ ପୁଞ୍ଜି ନିବେଶସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରେଚେଷ୍ଟା ଜାରି ରହିଛି I ଏହାରି ମଧ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଆସିଛି ଅଭୂତପୂର୍ବ ପରିବର୍ତ୍ତନ। ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି), ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ ସହ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବେଶ୍ ସମୃଦ୍ଧ ହୋଇପାରିଛି। ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ବିପୁଳ ନିବେଶ ହୋଇଛି ଓ ଆହୁରି ନିବେଶର ସମ୍ଭାବନା ସୃଷ୍ଟି ହୋଇଛି।
ଓଡ଼ିଶାରେ ନିବେଶ ପଥ ପ୍ରଶସ୍ତ ନିମନ୍ତେ ୭ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କାଲି ଜାପାନ ଗସ୍ତ କରିଥିବା ବେଳେ ଆଜି ଟୋକିଓରେ ଜାପାନର ପ୍ରମୁଖ ଷ୍ଟିଲ କମ୍ପାନୀ ମୁଖ୍ୟଙ୍କୁ ଭେଟିଛନ୍ତି। ସେଠାରେ ବଡ଼ ବଡ଼ କମ୍ପାନୀ ମୁଖ୍ୟଙ୍କ ସହ ସିଧା ସଳଖ କଥା ହୋଇ ପୁଞ୍ଜି ନିବେଶ କରିବାକୁ ଆହ୍ବାନ କରୁଛନ୍ତି। ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୋକିଓରେ ନିପ୍ପନ ଷ୍ଟିଲ କର୍ପୋରେସନ ଏନଏସସିର ସଭାପତି ଏଇଜି ହାସିମୋତୋଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟ ସରକାର ଓ ଏନଏସସି ମଧ୍ୟରେ ଭାଗିଦାରୀ ସମ୍ଭାବନା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ନିପ୍ପନ ଷ୍ଟିଲ କର୍ପୋରେସନ ଏନଏସସିର ସଭାପତି ଏଇଜି ହାସିମୋତୋଙ୍କୁ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ନିପ୍ପନ ଷ୍ଟିଲକୁ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିଛନ୍ତି । ନିପ୍ପନ ଷ୍ଟିଲକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି।ଇସ୍ପାତ ନିର୍ମାଣ ପାଇଁ ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି ବୋଲି ସଂପୃକ୍ତ କମ୍ପାନୀକୁ ଅବଗତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ନିପ୍ପନ ଷ୍ଟିଲ କର୍ପୋରେସନ ଏନଏସସିର ସଭାପତି ଏଇଜି ହାସିମୋତୋ କହିଛନ୍ତି ଭାରତରେ ନିପ୍ପନ ଷ୍ଟିଲ ସବୁଠୁ ଅଧିକ ପୁଞ୍ଜି ଓଡ଼ିଶାରେ ହିଁ ନିବେଶ କରିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ନିପ୍ପନ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ ।




