ଅବକାରୀ ନିୟମରେ ହେବ ପରିବର୍ତ୍ତନ

ଭୁବନେଶ୍ୱର : ନିଶାମୁକ୍ତ ହେବ ରାଜ୍ୟ । ବେଆଇନ ଡ୍ରଗ୍ସ କାରବାରରେ ଲାଗିବ ରୋକ । ଚୋରାମଦ କାରବାର କଠୋର ଭାବେ ଦମନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନିସିବି ଓ ଅବକାରୀ ବିଭାଗ କରିବେ ମିଳିତ ଅପରେସନ। ରାଜ୍ୟରେ ଦେଶୀ ହେଉ କି ବିଦେଶୀ ଚୋରାମଦକାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ନେବାକୁ ଯାଉଛି କଡ଼ା ପଦକ୍ଷେପ । ଖୁବଶୀଘ୍ର ଅବକାରୀ ନିୟମରେ ହେବ ବ୍ୟାପକ ପରିବର୍ତ୍ତନ। ଅବକାରୀ ନିୟମରେ ବ୍ୟାପକ ପରିବର୍ତ୍ତନ ନେଇ ମାନସ ମନ୍ଥନ […]

Samaya Live Picture
Published On

ଭୁବନେଶ୍ୱର : ନିଶାମୁକ୍ତ ହେବ ରାଜ୍ୟ । ବେଆଇନ ଡ୍ରଗ୍ସ କାରବାରରେ ଲାଗିବ ରୋକ । ଚୋରାମଦ କାରବାର କଠୋର ଭାବେ ଦମନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନିସିବି ଓ ଅବକାରୀ ବିଭାଗ କରିବେ ମିଳିତ ଅପରେସନ। ରାଜ୍ୟରେ ଦେଶୀ ହେଉ କି ବିଦେଶୀ ଚୋରାମଦକାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ନେବାକୁ ଯାଉଛି କଡ଼ା ପଦକ୍ଷେପ । ଖୁବଶୀଘ୍ର ଅବକାରୀ ନିୟମରେ ହେବ ବ୍ୟାପକ ପରିବର୍ତ୍ତନ।

ଅବକାରୀ ନିୟମରେ ବ୍ୟାପକ ପରିବର୍ତ୍ତନ ନେଇ ମାନସ ମନ୍ଥନ କରାଯାଉଛି। ରାଜ୍ୟରେ ଡ୍ରଗ୍ସ ଭଳି ଯେଉଁ ସବୁ ନିଶା କାରବାର ବିଭିନ୍ନ ଅଞ୍ଚଳରେ ବଢି ଚାଲିଛି ତା ପାଇଁ ମିଳିତ ଅପରେସନ କରାଯିବ। ଏନିସିବି ସହ ମିଶି ଅବକାରୀ ବିଭାଗ ଚଢ଼ାଉ କରି ସମ୍ପୂର୍ଣ୍ଣ ମୂଳପୋଛ କରିବେ । କଠୋର ପଦକ୍ଷେପ ନେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଅନ୍ୟପଟେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ନାୟକଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇ ଆଇନମନ୍ତ୍ରୀ କହିଛନ୍ତି ,ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କିଛି ଲୋକଙ୍କର ଏପର୍ଯ୍ୟନ୍ତ ଦୋଷ ଛାଡ଼ିନି, ଆଜି ବି ସେୟା କରିବାକୁ ଚେଷ୍ଟ କରୁଛନ୍ତି। ସେମାନଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ଆମ ସରକାରକୁ ଜଣାଅଛି। କେବଳ ବିଧାୟକ ନୁହେଁ, ସାଧାରଣ ଲୋକ ଉପରେ ବି ଅତ୍ୟାଚାର କଲେ ଫଳ ଭୋଗିବେ। ଏଭଳି ଘଟଣା ଭବିଷ୍ୟତରେ ଯେଭଳି ନହେବ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ।

Tags: