ପ୍ରତି ଜିଲ୍ଲାରେ ହେବ ମେଡିକାଲ କଲେଜ – ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଆଉ ରହିବନି ସ୍ୱାସ୍ଥ୍ୟ ସମସ୍ୟା । ସେବା ପାଇବା ପାଇଁ ହନ୍ତସନ୍ତ ହେବେନି ରୋଗୀ । ଏଣିକି ପ୍ରତି ୩୦ ଟି ଜିଲ୍ଲାରେ ହେବ ମେଡିକାଲ କଲେଜ । ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୁକେଶ ମହାଲିଙ୍ଗ । ମେଡିକାଲ ନିଯୁକ୍ତିରେ ସଂଶୋଧନ କରାଯାଇ ଏହି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସୋମବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି କି, ମେଡିକାଲ ନିଯୁକ୍ତିକୁ […]
ଭୁବନେଶ୍ୱର : ରାଜ୍ୟରେ ଆଉ ରହିବନି ସ୍ୱାସ୍ଥ୍ୟ ସମସ୍ୟା । ସେବା ପାଇବା ପାଇଁ ହନ୍ତସନ୍ତ ହେବେନି ରୋଗୀ । ଏଣିକି ପ୍ରତି ୩୦ ଟି ଜିଲ୍ଲାରେ ହେବ ମେଡିକାଲ କଲେଜ । ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୁକେଶ ମହାଲିଙ୍ଗ । ମେଡିକାଲ ନିଯୁକ୍ତିରେ ସଂଶୋଧନ କରାଯାଇ ଏହି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ସୋମବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି କି, ମେଡିକାଲ ନିଯୁକ୍ତିକୁ ବ୍ୟାପକ କରିବାକୁ ବ୍ୟବସ୍ଥା କରାଯାଇଛି । ଏଥିରେ ୨ଟି ସଂଶୋଧନ ମଧ୍ୟ କରାସରିଛି । ଡାକ୍ତର ନିଯୁକ୍ତିକୁ ବ୍ୟାପକ କରାଯିବ । ପ୍ରାୟ ୫ ହଜାର ପରି ଡାକ୍ତରୀ ପଦବୀ ପୂରଣ କରାଯିବ । ଏଥିସହ ୩ ହଜାର ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପାଇଁ ମଧ୍ୟ ବିଜ୍ଞାପନ ବାହାରିବ ।




