ତାତିରେ ଲାଗିବ ବ୍ରେକ,ଆଗାମୀ ୪ ଦିନ ଯାଏଁ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର : ତାତିରେ ଲାଗିବ ବ୍ରେକ । ଆଜିଠୁ ବଦଳିବ ପାଗ Iଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେବେ ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ। ୮ ତାରିଖରେ ପଶ୍ଚିମ ଓଡ଼ିଶାର […]
ଭୁବନେଶ୍ୱର : ତାତିରେ ଲାଗିବ ବ୍ରେକ । ଆଜିଠୁ ବଦଳିବ ପାଗ Iଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେବେ ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ। ୮ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ି ଅନ୍ୟ ସ୍ଥାନରେ ବଜ୍ରପାତ ଓ ଝଡ଼ ତୋଫାନ ଆଶଙ୍କା । ଏ ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୬ଟି ଜିଲ୍ଲା ଯଥା ଭଦ୍ରକ, ବାଲେଶ୍ୱର,ମୟୂରଭଞ୍ଜ, ଗଂଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।
ସେହିପରି ୭ ତାରିଖ ପାଇଁ ୨୦ ଟି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ I ଏହି ସମୟରେ କାଳବୈଶାଖୀ ପାଇଁ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ହ୍ରାସ ପାଇବ I ଉତ୍ତର ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି I ବଙ୍ଗୋପସାଗରୁ ପ୍ରବାହିତ ବାୟୁ କ୍ରମେ ସକ୍ରିୟ ରହିଛି I ଫଳରେ ରାଜ୍ୟରେ ବର୍ଷାର ପରିମାଣ ବଢିବ I




