ତାତିରେ ଲାଗିବ ବ୍ରେକ,୧୯ ରୁ ୨୧ ବର୍ଷା ସମ୍ଭାବନା

କଟକ : ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । ବଢୁଥିବା ତାତିରେ ଲାଗିବ ବ୍ରେକ । ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି । ତେବେ ୧୯ ତାରିଖ ଯାଏଁ ପାଗ ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ […]

ତାତିରେ ଲାଗିବ ବ୍ରେକ,୧୯ ରୁ ୨୧ ବର୍ଷା ସମ୍ଭାବନା
Samaya Live Picture
Published On

କଟକ : ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । ବଢୁଥିବା ତାତିରେ ଲାଗିବ ବ୍ରେକ । ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି । ତେବେ ୧୯ ତାରିଖ ଯାଏଁ ପାଗ ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାସହ ୨ଦିନ ପର୍ଯ୍ୟନ୍ତ ସକାଳ ସମୟରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲାରେ ହାଲୁକା କୁହୁଡ଼ି ଦେଖାଯାଇପାରେ ବୋଲି ସୂଚନା ଦିଆଯାଇଛି।

ଅନ୍ୟପଟେ ବର୍ତ୍ତମାନ ଭୁବନେଶ୍ୱରରେ ତାତି ୩୫ ଡିଗ୍ରୀ ଛୁଇଁଛି । ଯାହାକି ଚଳିତ ବର୍ଷର ସର୍ବାଧିକ ରେକର୍ଡ କରାଯାଇଛି। ଗୁରୁବାର ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଥିଲା ।

Tags: