ବାର୍ଷିକ ବଜେଟରେ ଦିବ୍ୟାଙ୍ଗଙ୍କ ପାଇଁ ରହିବ ୫ ପ୍ରତିଶତ ସଂରକ୍ଷଣ
ଭୁବନେଶ୍ୱର : ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଭୂମିହୀନ ଦିବ୍ୟାଙ୍ଗଙ୍କୁ ପକ୍କା ଘର ଯୋଗାଇଦେବେ ଦେବେ ସରକାର । ଦାରିଦ୍ର୍ୟ ଦୂରୀକରଣ ଓ ଜୀବନ ଜୀବିକା ଯୋଜନା ଅଧୀନରେ ସରକାରୀ ବିଭାଗ ନିଜର ବାର୍ଷିକ ବଜେଟରେ ଅତିକମରେ ଦିବ୍ୟାଙ୍ଗଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ରଖିବେ । ରାଜ୍ୟରେ ଏବେ ୧୨ ଲକ୍ଷ ୪୪ ହଜାର ଦିବ୍ୟାଙ୍ଗ ରହିଛନ୍ତି । ଭୂମିହୀନ ଦିବ୍ୟାଙ୍ଗମାନଙ୍କୁ ଜମି ଯୋଗାଇବା ଏବଂ ବାସହୀନ ଦିବ୍ୟାଙ୍ଗମାନଙ୍କୁ ପକ୍କା ଘର ନିର୍ମାଣ […]
ଭୁବନେଶ୍ୱର : ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଭୂମିହୀନ ଦିବ୍ୟାଙ୍ଗଙ୍କୁ ପକ୍କା ଘର ଯୋଗାଇଦେବେ ଦେବେ ସରକାର । ଦାରିଦ୍ର୍ୟ ଦୂରୀକରଣ ଓ ଜୀବନ ଜୀବିକା ଯୋଜନା ଅଧୀନରେ ସରକାରୀ ବିଭାଗ ନିଜର ବାର୍ଷିକ ବଜେଟରେ ଅତିକମରେ ଦିବ୍ୟାଙ୍ଗଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ରଖିବେ । ରାଜ୍ୟରେ ଏବେ ୧୨ ଲକ୍ଷ ୪୪ ହଜାର ଦିବ୍ୟାଙ୍ଗ ରହିଛନ୍ତି ।
ଭୂମିହୀନ ଦିବ୍ୟାଙ୍ଗମାନଙ୍କୁ ଜମି ଯୋଗାଇବା ଏବଂ ବାସହୀନ ଦିବ୍ୟାଙ୍ଗମାନଙ୍କୁ ପକ୍କା ଘର ନିର୍ମାଣ ସମେତ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ୟୋଗ, ଦକ୍ଷତା ବିକାଶ ଏବଂ ଆତ୍ମନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟାପ୍ତ ବଜେଟ୍ ରଖାଯିବ ।
ଏନେଇ ୪୧ ଟି ବିଭାଗକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି । ବିଭାଗ ଗୁଡିକ ନିଜ ନିଜ କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କ ଜୀବିକା ପ୍ରୋତ୍ସାହନ ସହିତ ଜଡିତ ସଫଳତାର କାହାଣୀ ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ଚିହ୍ନଟ କରି ଡକ୍ୟୁମେଣ୍ଟ କରିବେ ।
ଏଥିପାଇଁ ନୋଡାଲ ଅଫିସର ନିଯୁକ୍ତି କରାଯିବ I ଦିବ୍ୟାଙ୍ଗଙ୍କ ପାଇଁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ ନୋଡାଲ ଅଧିକାରୀ । “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ” ମାର୍ଗଦର୍ଶିକା ନୀତି ଅନୁଯାୟୀ, “କୌଣସି ଦିବ୍ୟାଙ୍ଗ ବ୍ୟକ୍ତି ପଛରେ ନପଡ଼ିବା” ନିଶ୍ଚିତ କରିବା ପାଇଁ ସାମୂହିକ ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରିବେ । ଉକ୍ତ ଅଧିକାରୀଙ୍କ ବିଷୟରେ ସାମାଜିକ ସୁରକ୍ଷା ବିଭାଗକୁ ଦିଆଯିବ ସୂଚନା ।




